ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଗ୍ରୀନ୍ ମଟର, ଜାଣନ୍ତୁ ଏହାର କିଛି ଉପଯୋଗିତା

ଭୁବନେଶ୍ୱର ୨୩/୦୧ : ଶୀତ ଦିନେ ସବୁଜ ପନିପରିବା ପ୍ରଚୁର ପରିମାଣରେ ମିଳିଥାଏ । ଏହା ମଧ୍ୟରୁ ଗ୍ରୀନ୍ ମଟର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ଆଣ୍ଟି ଅକ୍ସିଡେଣ୍ଟ୍‌, ଆଣ୍ଟିବ୍ୟାକ୍ଟେରିୟାଲ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ରହିବା ସହ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ ।

ଏହାକୁ ଖାଇବାର କିଛି ଡିସ୍‌ :

୧. ମଟରକୁ ପିସ୍ କରି ସେଥିରେ ପରଟା କରି ଖାଇପାରିବେ ।

୨. ପନିପରିବା ଭାବରେ ଏହାକୁ ପ୍ରସ୍ତୁତ କରିପାରିବେ ।

୩. ପଲାଉରେ ମଧ୍ୟ ଗ୍ରୀନ୍ ମଟର ବ୍ୟବହାର କରିପାରିବେ ।

୪. ପୋହା, ମ୍ୟାଗି ଆଦି ପ୍ରସ୍ତୁତ କରିବା ସମୟରେ ସେଥିରେ ଗ୍ରାନ୍‌ ମଟର ବ୍ୟବହାର କରି ଡିସ୍ ର ସ୍ୱାଦ ବଢାଇ ପାରିବେ ।

ମଟରରୁ ମିଳୁଥିବା ଲାଭ ….

ଏଥିରେ ଫାଇବର, ପ୍ରୋଟିନ୍ ଅଧିକ ମାତ୍ରାରେ ଥିବାରୁ ଏହା ଶରୀରରେ ସୁଗାର ଲେବଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କୁ ନିଜର ଡାଏଟ୍ ରେ ଏହାକୁ ବ୍ୟବହାର କରିବା ଉଚିତ୍ । ଏହାର ସେବନ ଦ୍ୱାରା କୋଲେଷ୍ଟ୍ରଲ ବଢିବାର ସମସ୍ୟା କମ୍ ହୋଇଥାଏ । ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ମଟରରେ ଆଇରନ୍, ଜିଙ୍କ୍, କପର୍, ଆଣ୍ଟି-ଅକ୍ସାଇଡ୍ ରହିଥାଏ । ଏହା ଶରୀରରେ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାର୍ଯ୍ୟ କରିଥାଏ ।

ଏଥିରେ ଭିଟାମିନ୍, କ୍ୟାଲସିୟମ୍, ଫାଇବର, ଆଇରନ୍,ଆଣ୍ଟି-ଅକ୍ସାଇଡ୍, ଆଣ୍ଟି-ବ୍ୟାକ୍ଟେରିୟାଲ ଗୁଣ ରହିଥିବାରୁ ହଜମ ପକ୍ରିୟା ଠିକ୍ ହୋଇଥାଏ । ପେଟ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ଫାଇବର ଅଧିକ ରହିଥାଏ । କିନ୍ତୁ କ୍ୟାଲୋରୀ ଏବଂ ଫ୍ୟାଟ୍ ର ମାତ୍ରା କମ୍ ରହିଥାଏ । ଏହାର ସେବନ ଦ୍ୱାରା ଶରୀରର ଓଜନନିୟନ୍ତ୍ରଣରେ ରହିଥାଏ ।

ଗ୍ରୀନ୍ ମଟରରେ ପ୍ରୋଟିନ୍, ଫାଇବର୍, ଭିଟାମିନ୍, କ୍ୟାଲସିୟମ୍ ରହିଥିବା କାରଣରୁ ହାଡକୁ ଏହା ମଜବୁତ କରିଥାଏ । ଛୋଟପିଲା ଏବଂ ଗଣ୍ଠି ଜନିତ ସମସ୍ୟା ଥିବା ଲୋକମାନଙ୍କୁ ଏହାର ସେବନ କରିବା ଆବଶ୍ୟକ । କୌଣସି କାରଣରୁ ଚମଡାରେ ନିଆଁ ଲାଗିଯାଇଥିଲେ ତେବେ ମଟରର ଲେପ ଲଗାଇବା ଲାଭଦାୟକ ହୋଇଥାଏ ।

ସ୍ୱାସ୍ଥ୍ୟ ସହିତ ସ୍କିନ୍ ପାଇଁ ମଧ୍ୟ ମଟର ଅତି ଉତ୍ତମ ହୋଇଥାଏ । ଏହାକୁ ପେଷ୍ଟ କରି ସ୍କ୍ରବ୍ ଭାବରେ ମୁହଁରେ ଲଗାଇବା ଦ୍ୱାରା ଡେଡ୍ ସ୍କିନ୍ ସେଲ୍ସ ସଫା ହୋଇ ନୂତନ ସ୍କିନ୍ ତିଆରି କରିବାରେ ସାହାଯ୍ୟ କରେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here