ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜୟନ୍ତୀ ପାଳନ ଅବସରରେ ମେଡିକାଲ ପରିସରରେ ଫଳବଣ୍ଟନ : କେନ୍ଦ୍ରାପଡା

ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଧର୍ମପୁଋଷ ଧନୁର୍ଜୟ ବିଶ୍ୱାଳଙ୍କ ୧୦୨ତମ ଜନ୍ମ ଜୟନ୍ତୀ ପାଳନ ଦିବସ ଉପଲକ୍ଷେ ତାଙ୍କ ସୁପୁତ୍ର ଇଞିନିୟର ଶ୍ରୀଯୁକ୍ତ ଦୀପ୍ତିରଞନ ବିଶ୍ୱାଳଙ୍କ ନେତୃତ୍ୱରେ ବିଶିଷ୍ଟ ସମାଜସେବୀ ତଥା ଓଡ଼ିଆ ଚଳଚ୍ଚିତ୍ର ପ୍ରଡ୍ୟୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ) ଏବଂ କେନ୍ଦ୍ରାପଡା ଜିଲ୍ଲା ଟେନିସବଲ୍ କ୍ରିକେଟ୍ ଆସୋସେସନର ସଂମ୍ପାଦକ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ଦାସ, ସଶ୍ମିତା ପଣ୍ଡା, ରଞନ କୁମାର ସାହୁ, ବରଦାକାନ୍ତ ବରାଳ ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନଙ୍କ ସମେତ ସମାଜସେବୀ ଧୀରେନ୍ଦ୍ର ଦାସ, ସିଡିଏମ୍ ଅଫିସର ଡିର୍ଲିଂ ଆସିଷ୍ଟାଣ୍ଟ ଶ୍ରୀଯୁକ୍ତ ହେମନ୍ତ କୁମାର ନାୟକ, ହାଡିବନ୍ଧୁ ସିଂ ଏବଂ ଅନ୍ୟାନ୍ୟ ବହୁ ଜ୍ଞାନୀ, ଗୁଣୀ ଓ ବିଦ୍ୱାନ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡାକ୍ତର ଅନୀତା ପଟ୍ଟନାୟକଙ୍କ ସମେତ ଡାକ୍ତର ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସ, ମେଡିସିନ ସ୍ପେସିଲିଷ୍ଟ୍ ଡାକ୍ତର ଶ୍ରୀଯୁକ୍ତ ସେଠୀ ଏବଂ ବରିଷ୍ଠ ଆଇନଜିବୀ ଶ୍ରୀଯୁକ୍ତ ଗଗନ ବିହାରୀ ଜେନା, ହସପିଟାଲ ମ୍ୟାନେଜର ଶ୍ରୀଯୁକ୍ତ ସୁବାଶିଷ ସାଠୁଆ ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପରିକ୍ଷୀତ ପାତ୍ରଙ୍କୁ ହସପିଟାଲ ପରିସରରେ ଟ୍ରଷ୍ଟ ପକ୍ଷରୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା । ପରେପରେ ଉଭୟ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ବିଭିନ୍ନ ୱାର୍ଡ଼କୁ ଯାଇ ଶତାଧିକ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ଶେଷର ତାଙ୍କ ଗ୍ରାମରେ ପହଞ୍ଚି ପ୍ରାୟ ୩ଶହରୁ ଅଧିକ ଗରିବ ଅସହାୟ ଲୋକ ମାନଙ୍କୁ ବସ୍ତ୍ର ବଣ୍ଟନ ମଧ୍ୟ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ମନକରପୁର ରେସୁଆର ଅନ୍ତେବାସିନୀ ମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହି ଫଳ ବଣ୍ଟନ କାର୍ଯ୍ୟକ୍ରମରେ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here