ଆଉ ଏକ ଫୁଟ୍ ଓଭର ବ୍ରିଜ୍ ର୍ନିମାଣ ହେବ ଭୁବନେଶ୍ୱରରେ

ର୍ନିମାଣ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍ । ୧୬ ନମ୍ବର ଜାତୀୟ ରାଜପଥ ସହିଦନଗର-ସତ୍ସଙ୍ଗ ବିହାର ମଧ୍ୟରେ ଏହି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଚିଠି ଆସିଛି। ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତ ଷଡ଼ଙ୍ଗୀ ମଧ୍ୟ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ” ସହିଦ ନଗରରୁ ସତସଙ୍ଗ ବିହାର ମଧ୍ୟରେ ଏକ ଫୁଟ୍‌ ଓଭର ବ୍ରିଜ୍‌ ନିର୍ମାଣ ପାଇଁ ଭୁବନେଶ୍ୱରର ମୋ ନିର୍ବାଚନମଣ୍ଡଳୀର ଲୋକମାନଙ୍କର ଅନେକ ଦିନର ଦାବି ରହିଥିଲା। ତାହା ପୂରଣ ହୋଇଥିବାରୁ ମୁଁ ବହୁତ ଖୁସୀ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here