ଜାଳେଣି କାଠ ଆଣିବା କୁ ଯାଇ ମହିଳା ମୃତ୍ୟୁ , ହତ୍ୟା ଆଶଙ୍କା : ସୁନ୍ଦରଗଡ଼

କୋଇଡ଼ା ଥାନା ଅନ୍ତର୍ଗତ ମାଲଦା ପଞ୍ଚୟତର ସାନନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଅଘଟଣ। ଜାଳେଣି କାଠ ଆଣିବାକୁ ଯାଇ ମହିଳାଙ୍କ ମୃତ୍ୟୁ। ଗତ କାଲି ସନ୍ଧ୍ୟା ସମୟରେ ସ୍ୱାମୀ ନର ନାଏକ ଓ ଦ୍ବୀତିୟ ସ୍ତ୍ରୀ ଦଶରୀ ନାଏକ(୩୦) ସହିତ ପାଖ ଜଙ୍ଗଲକୁ ଯାଇ କାଠ ଆଣୁଥିଲେ। କାଠ ଧରି ସ୍ୱାମୀ ଘରକୁ ଫେରି ଆସିଥିବା ବେଳେ ସ୍ତ୍ରୀ ଦଶରୀ ର ଫେରିବା ବିଳମ୍ବ ହୋଇଥିବା ଯୋଗୁଁ ନର ପୁଣି ଜଙ୍ଗଲ ଆଡ଼କୁ ଧାଇଁ ଥିଲେ। ତେବେ ବସ୍ତି ଠାରୁ ଅଳ୍ପ ଦୂରରେ ଥିବା ଏକ ନାଳ ନିକଟରେ କାଠ ସହ ପଥର ଉପରେ ପଡିଥିବା ଦେଖି ସଙ୍ଗେ ସଙ୍ଗେ କାନ୍ଧରେ ବୋହି ଆଣି ଘର ନିକଟରେ ରଖି ଦେଖିଲା ବେଳକୁ ସ୍ତ୍ରୀ ଦଶରୀ ନାଏକର ମୃତ୍ୟୁ ଘଟିଥିଲା। ଏବିଷୟରେ ଗ୍ରାମ ରଖି ଙ୍କୁ ଜଣାଇଥିଲେ। ଗ୍ରାମ ରଖି ସଙ୍ଗେ ସଙ୍ଗେ କୋଇଡ଼ା ପୋଲିଶ କୁ ଖବର ଦେଇଥିଲେ।ଖବର ପାଇ କୋଇଡ଼ା ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ୱାଳ ସଦଳବଳେ ମାଜିଷ୍ଟ୍ରେଟଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି ଥାନାରେ । ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ଲହୁଣୀପଡା ଗଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ଜଣାପଡିଛି। କୈ।ଣସି କାରଣ ନେଇ କେହି ଏକୁଟିଆ ଦେଖି ହତ୍ୟା କରିଥିବା ନେଇ ମଧ୍ୟ ଆଶଙ୍କା ମଧ୍ୟ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ଥାନାଧିକାରୀ ମତବ୍ୟକ୍ତ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here