ମହାନ ଶାସ୍ତ୍ରୀୟ ଗାୟକ ପଦ୍ମ ବିଭୂଷଣ ଗୁଲାମ ମୁସ୍ତଫା ଖାନଙ୍କ ଦେହାନ୍ତ

ମହାନ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଦ୍ମ ବିଭୂଷଣ ଉସ୍ତାଦ ଗୁଲାମ୍ ମୁସ୍ତାଫା ଖାନଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି । ଗୁଲାମ୍ ମୁସ୍ତାଫା ଖାନଙ୍କ ବୋହୂ ନମ୍ରତା ଗୁପ୍ତା ଖାନ ଏହି ସୂଚନା ଦେଇଛନ୍ତି । ଶନିବାର ବିଳମ୍ବିତ ରାତି ୧୨.୩୭ରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଗୁଲାମ୍ ମୁସ୍ତାଫା ଖାନଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଟ୍ବିଟ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୂର ସାମ୍ରାଜ୍ଞୀ ଲତା ମଙ୍ଗେସକର ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି, ‘ମୋତେ ଏବେ ଏହି ଦୁଃଖଦ ଖବର ମିଳିଲା କି ମହାନ ଶାସ୍ତ୍ରୀୟ ଗାୟକ ଉସ୍ତାଦ ଗୁଲାମ ମୁସ୍ତାଫା ଖାନ ସାହେବ ଏହି ଦୁନିଆରେ ନାହାନ୍ତି । ଏହା ଶୁଣିବା ପରେ ମୋତେ ବହୁତ ଦୁଃଖ ଲାଗିଲା । ସେ ଜଣେ ଭଲ ଗାୟକ ଏବଂ ଜଣେ ଭଲ ମଣିଷ ଥିଲେ । ଅମର ଆତ୍ମାର ସଦଗତି କାମନା କରୁଛି ’ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here