ଆସନ୍ତା ୨୦ ତାରିଖରେ ଶିଶୁ ସଂପର୍କ ଯାତ୍ରା ଶୁଭାରମ୍ଭ :ପୁରୀ

ପୁରୀ-: ଶିଶୁ ସଂପର୍କ ଯାତ୍ରା ଆସନ୍ତା ୨୦ ତାରିଖରେ ଶୁଭାରମ୍ଭ ହେବ । ଏଥିନିମନ୍ତେ ଓଡିଶା ର‍ାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଅଧ୍ୟକ୍ଷତା କରିବେ ଏବଂ ଜନ ପ୍ରତିନିଧି ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅବହେଳିତ ଓ ଅପହଞ୍ଚ ଶିଶୁ ମାନଙ୍କ ବିକାଶ ନିମନ୍ତେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ଏଥିସହ ଆୟୋଗ ପକ୍ଷରୁ ଶିଶୁ ସୁରକ୍ଷାକୁ ନେଇ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରାଯିବ । ଏହାପରେ ଆୟୋଗ ପକ୍ଷରୁ ପୁରୀରେ ବାସହୀନ ଶିଶୁ ମାନଙ୍କ ସ୍ଥିତି ସଂପର୍କରେ ଜାଣିବା ପାଇଁ ରାତ୍ରି ପରିଦର୍ଶନ କରାଯିବ । ଆସନ୍ତା ୨୧ ଆୟୋଗଙ୍କ ପକ୍ଷରୁ ଡେଲାଙ୍ଗ ଓ ୨୨ ତାରିଖରେ କଣାସ, ପିପିଲି ବ୍ଲକ ପରିଦର୍ଶନ କରି ବିଭିନ୍ନ ଅଧିକାରୀ ମାନଙ୍କ ସହ ଶିଶୁ ସୁରକ୍ଷା ସଂପର୍କରେ ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଆପତ୍ତି ଅଭିଯୋଗ ଗୁଡିକର ଶୁଣାଣି କରିବେ । ବିଭିନ୍ନ ଥାନାରେ ଥିବା ଶିଶୁ ସହାୟତା କେନ୍ଦ୍ର ଓ ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିବେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରିବା ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଛାତ୍ରଛାତ୍ରୀ ମାନଙ୍କୁ ପଢା ଉପକରଣ ପ୍ରଦାନ କରାଯିବ । ଏଥିସହ ପିପିଲି ବ୍ଲକରେ ଛତୁଆ ପ୍ରସ୍ତୁତି କେନ୍ଦ୍ର ବୁଲି ଦେଖିବେ । ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଭିଡିଓ କନଫେରନ୍ସି ମାଧ୍ୟମରେ ସଂପୃକ୍ତ ବିଡିଓ ମାନଙ୍କ ସହ କଥାବାର୍ତ୍ତା କରି ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ଇ- ଗଭର୍ଣ୍ଣାନ୍ସ ମ୍ୟାନେଜର ଶ୍ରୀ ପିୟୂଷ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here