ବଣାଇଁ ଇଣ୍ଡଷ୍ଟ୍ରିଆଲ ପ୍ରୋଜେକ୍ଟ ଅଫିସରେ ଝୁଲୁଛି ତାଲା :

କୋଭିଡ ଜନିତ ଲକଡାଉନ୍ ସମୟରେ ଗତ ଅକ୍ଟୋବର ଠାରୁ ବଣାଇଁରେ ଥିବା ଇଣ୍ଡଷ୍ଟ୍ରିଆଲ ପ୍ରୋଜେକ୍ଟ ଅଫିସରେ ତାଲା ଝୁଲୁଛି । ଗତ ଅକ୍ଟୋବର ମାସଠାରୁ ଆଇ ପି ଓ ଭାବେ ଜଣେ ନୂଆ ଅଧିକାରୀଙ୍କର ପୋଷ୍ଟିଂ ହୋଇଛି । ସେ କାର୍ଯ୍ୟରେ ଯୋଗଦେବାଠାରୁ ଏହି ଅଫିସରେ ସବୁବେଳେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ଶିଳ୍ପ କର୍ପୋରେସନ ଅଧୀନରେ ଥିବା ଏହି କାର୍ଯ୍ୟାଳୟଟି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ପ୍ରକଳ୍ପକୁ ଅନୁମୋଦନ କରିବା, ବ୍ୟାଙ୍କ ମାନଙ୍କରୁ ଋଣ ପାଇବାରେ ସହଯୋଗ କରିବା ଏବଂ ସବସିଡି ପାଇବା ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ । ଏହି କାର୍ଯ୍ୟାଳୟଟି ବଣାଇଁ ଉପଖଣ୍ଡର ଶିଳ୍ପାଞ୍ଚଳର ପ୍ରଗତି କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।  କିନ୍ତୁ ଗତ ଅକ୍ଟୋବର ମାସରୁ ଏହି କାର୍ଯ୍ୟାଳୟକୁ ନୂତନ ଅଧିକାରୀ ଆସିବା ଠାରୁ ଏମ ଏସ ଏମ ଇ କ୍ଷେତ୍ରର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାଙ୍କ ଋଣ ପାଇବା, ପ୍ରଜେକ୍ଟ ବା ପ୍ରକଳ୍ପ ଅନୁମୋଦନ ହେବା, ସବସିଡି ଆଦି ବିଭିନ୍ନ ପ୍ରକାରର ଶିଳ୍ପ କ୍ଷେତ୍ର ସମ୍ଵନ୍ଧୀୟ କାର୍ଯ୍ୟ ବନ୍ଦ ହୋଇ ଯାଇଛି ।

କରୋନା ସଂକ୍ରମଣ ଜନିତ ସ୍ଥିତିରେ ରାଜ୍ୟ ସମେତ ସମଗ୍ର ଦେଶରେ ଶିଳ୍ପ କ୍ଷେତ୍ର ଅତ୍ୟନ୍ତ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ, ଇଣ୍ଡଷ୍ଟ୍ରିଆଲ ପ୍ରୋଜେକ୍ଟ ଅଫିସର ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ହୋଇଥିବା ବ୍ୟକ୍ତି ଜଣଙ୍କ ତିନି ଚାରି ମାସ ହେଲା ଘରେ ରହି ଅଫିସ ବନ୍ଦ କରିଥିବାରୁ ବେକାରୀ ସମସ୍ୟା ସ୍ଥିତି ଠାରୁ ଅଧିକ ମାତ୍ରାରେ ବଢ଼ିଯିବା ସହ ଏହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି । ଶହ ଶହ ଆଶାୟୀ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗୀ ମାନଙ୍କର ରୋଜଗାରର ରାସ୍ତାକୁ ଏହି ଅଧିକାରୀ ବନ୍ଦ କରିଦେଇଛନ୍ତି । ଅଧିକାରୀଙ୍କୁ ନିୟମିତ ଦରମା ମିଳୁଥିବା ବେଳେ ସାଧାରଣ ଜନତାଙ୍କ ରୋଜଗାରର ପନ୍ଥାକୁ ସେ ଯେଭଳି ଭାବେ ବନ୍ଦ କରିଦେଇଛନ୍ତି ତାହା ଅତ୍ୟନ୍ତ ଉଦବେଗର ବିଷୟ ।

ଏହି କାର୍ଯ୍ୟାଳୟ ଉପରେ ବଣାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର କୌଣସି କର୍ତ୍ତୁତ୍ବ ନଥିବାରୁ ଏ ସମ୍ପର୍କରେ ସେ ଅବଗତ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିପାରୁନାହାନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here