ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ବିରୋଧରେ ଦୁଇ ଦୁଇ ଥର ମହାଭିଯୋଗ ପ୍ରସ୍ତାବ

 ଆମେରିକାର ସଂସଦ ଭବନରେ ଗତ ସପ୍ତାହରେ ହୋଇଥିବା ହିଂସାକୁ ନେଇ ପ୍ରତିନିଧି ସଭାର ଡେମୋକ୍ରାଟ୍ ସାଂସଦମାନେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ । ଡେମୋକ୍ରାଟିକ୍‌ ସାଂସଦମାନେ ସଂସଦର ପ୍ରତିନିଧି ସଭାରେ ମଙ୍ଗଳବାର ଏକ ପ୍ରସ୍ତାବ ପାରିତ କରି ଉପ-ରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ଦ୍ୱାରା ଟ୍ରମ୍ପଙ୍କୁ ପଦରୁ ହଟାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ପେଲୋସିଙ୍କ ଟିମ୍ ୨୫ତମ ସଂଶୋଧନ ଲାଗୁ କରିବା ପାଇଁ ମନା କରିଦେଇଥିଲେ । ଏହାପରେ ସଦନ ର ଅଧ୍ୟକ୍ଷ ବା ଡେମୋକ୍ରାଟିକ୍‌ ନେତା ନାନ୍ସି ପେଲୋସି ମହାଭିଯୋଗ ପ୍ରସ୍ତାବର ବିଚାର ପାଇଁ ମଞ୍ଜୁରୀ ଦେଇଥିଲେ । ଗତକାଲି ଏନେଇ ସଂସଦରେ ପ୍ରତିନିଧି ଦଳର ଏକ ବୈଠକ ବସିଥିଲା । ଏହି ବୈଠକରେ ସିନେଟ୍‌ ଆମେରିକାର ନବନିର୍ବାଚିତ ରାଷ୍ଚ୍ରପତି ଜୋ-ବାଇଡେନ୍‌ଙ୍କ ଶପଥ ପୂର୍ବରୁ ଅଭିଯୋଗର ଶୁଣାଣି ହୋଇପାରିବ ନାହିଁ ବୋଲି କହିଛନ୍ତି । ଅର୍ଥାତ ଜାନୁଆରୀ ୨୦ ପୂର୍ବରୁ ମହାଭିଯୋଗ ବିରୋଧରେ କୌଣସି ବିଚାର କାରାଯାଇପାରିବ ନାହିଁ । ବୁଧବାର ବସିଥିବା ବୈଠକରେ ସ୍ପିକର୍ ନାନ୍ସି ପେଲୋସି ଆଇନ୍ ଠାରୁ କେହି ଉର୍ଦ୍ଧ୍ୱରେ ନୁହନ୍ତି ବୋଲି କହିଥିଲେ । ଏହା ସହିତ ଆମେରିକାର ରାଷ୍ଟ୍ରପତି ମଧ୍ୟ ଆଇନ୍‌ର ଉପରେ ନୁହନ୍ତି ବୋଲି ସଂସଦ ପକ୍ଷରୁ ପ୍ରକାଶ କରାଯାଇଛି। ଗତ ୧୩ ମାସ ମଧ୍ୟରେ ପ୍ରଥମ କରି ଜଣେ ରାଷ୍ଟ୍ରପତିଙ୍କ ବିରୋଧରେ ଦୁଇ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିଛି । ଏହା ଆମେରିକାର ରାଜନୈତିକ ଇତିହାସରେ ପ୍ରଥମ ଘଟଣା ବୋଲି ନାନ୍ସି କହିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here