ସ୍କୁଲ୍ ଖୋଲିବାର ୨ ଦିନ ମଧ୍ୟରେ ଗଜପତି ଜିଲ୍ଲାର ୨୬ ଜଣ ଶିକ୍ଷକ କରୋନା ପଜିଟିିଭ ଚିହ୍ନଟ ହୋଇଥିବା ବେଳେ ଏବେ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ୍ର ୩ଟି ହାଇସ୍କୁଲରୁ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ସ୍କୁଲ୍ ଖୋଲିବାର ୫ ଦିନ ମଧ୍ୟରେ ଏହି ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତ ଛାତ୍ରଛାତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ଅଛନ୍ତି। କରୋନା ଚିହ୍ନଟ ହେବା ପରେ ହଷ୍ଟେଲ , ସ୍କୁଲ ଓ ଶୌଚାଳୟକୁ ସାନିଟାଇଜ କରାଯାଇଛି। ସେହିପରି ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ସମସ୍ତେ ଲକ୍ଷଣହୀନ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଦୀପ ପାତ୍ର ସୂଚନା ଦେଇଥିଲେ।