ବ୍ରିଜ ରୁ ଡେଇଁ ମହିଳା କଲେ ଆତ୍ମହତ୍ୟା ଉଦ୍ୟମ ,ମହିଳା ଗୁରୁତର : ରାଉରକେଲା

ରାଉରକେଲା ସହରର ମୁଖ୍ୟମାର୍ଗ କୁହାଯାଉଥିବା ପାନପୋଷ ବ୍ରିଜ ଉପରୁ ଜନୈକ ମହିଳା ନଦୀକୁ ଡେ଼ଇଁ ପଡି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସେଠାରେ ଗାଧୋଉଥିବା ବ୍ୟକ୍ତି ହଠାତ ଉକ୍ତ ମହିଳା ଜଣକ ନଇକୁ ଡେ଼ଇଁ ପଡିଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ମହିଳାମାନଙ୍କୁ ଆରଜିଏଚକୁ ଆଣି ଚିକିତ୍ସା ସକାଶେ ଭର୍ତ୍ତି କରିଛନ୍ତି । ଅନ୍ୟପଟରେ ମହିଳା ଜଣକ କାହିଁକି ଏଭଳି ଆତ୍ମହତ୍ୟା ଉଦ୍ୟମ କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ତେବେ ମହିଳାଙ୍କର ସଠିକ ପରିଚୟ ମିଳିପାରିନାହିଁ । ରାଉରକେଲା ସ୍ଥିତ ବାସନ୍ତୀ କଲୋନୀର ବାସୀନ୍ଦା ବୋଲି ଜଣାପଡିଛି । ଆରଜିଏଚରେ ମହିଳାଙ୍କର ଉଚିତ ଚିକିତ୍ସା ଯାରି ରହିଥିବା ସରକାରୀ ଚିକିତ୍ସାଳୟରୁ ପ୍ରକାଶ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here