ଗାୟତ୍ରୀ ଶକ୍ତିପୀଠ, ରାଉରକେଲା ରେ ରାଷ୍ଟ୍ରୀୟ ଯୁବା ଦିବସ ପାଳନ : ରାଉରକେଲା

ରାଉରକେଲା ସେକ୍ଟର-୨ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ ତମ ଜନ୍ମଦିବସକୁ “ରାଷ୍ଟ୍ରୀୟ ଯୁବା ଦିବସ” ଭାବରେ ପାଳନ କରାଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ହେମ ନାରାୟଣ ସାହୁ ଓ ସମ୍ମାନୀୟ ଅତିଥି ସୁଶ୍ରୀ ଶ୍ୱେତା ଅଗ୍ରୱାଲ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି ଶ୍ରୀ ନିତ୍ୟାନନ୍ଦ ଦାସ ନିଜର ସ୍ୱାଗତ ଭାଷଣରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତି କାହିଁକି “ଯୁବା ଦିବସ” ଭାବରେ ପାଳନ କରାଯାଏ ତାହା ବୁଝାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ସାହୁ ଉପସ୍ଥିତ ଯୁବାଶକ୍ତି କିପରି ସ୍ୱାମୀ ବିବେକାନନ୍ଦ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ ରାଷ୍ଟ୍ର ଗଠନରେ ସହଯୋଗ ଦେଇପାରିବେ, ତାହା ଉପରେ ମାର୍ଗଦର୍ଶନ କରିଥିଲେ। ଅତିଥି ସୁଶ୍ରୀ ଅଗ୍ରୱାଲ ନିଜ ଭାଷଣରେ ସଂକଳ୍ପ ଶକ୍ତି ଦ୍ୱାରା କିପାରି ଅସାଧ୍ୟ ସାଧନ କରାଯାଇପାରିବ ତାହା ଉଦାହରଣ ଦ୍ୱାରା ବୁଝାଇଥିଲେ। ସଭାରେ ଉପସ୍ଥିତ ବିଭିନ୍ନ ଯୁବା ନିଜର ମତାମତ ପ୍ରଦାନ କରିବା ସହିତ ସ୍ୱାମୀ ବିବେକାନନ୍ଦ କାହିଁକି ସେମାନଙ୍କ ଆଦର୍ଶ ତାହା ବୁଝାଇଥିଲେ।ପରେ ବିବେକାନନ୍ଦଙ୍କ ଜୀବନ ଦର୍ଶନ ଉପରେ ଏକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା ଆୟୋଜିତ ହୋଇ ବିଜୟୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶ୍ରୀ ଲମ୍ବୋଦର ମହାଳିକ, ଶ୍ରୀ ପ୍ରସନ୍ନଜିତ ପାଢ଼ୀ ସଂଯୋଜନା କରିଥିଲେ।
ଶେଷରେ ଗାୟତ୍ରୀ ମିଡ଼ିଆର ପ୍ରମୁଖ ଶ୍ରୀ ବିଜୟ କୁମାର କର ଉପସ୍ଥିତ ସମସ୍ତ ଅତିଥି ଓ ଦେଶର ଭବିଷ୍ୟତ ଯୁବାଗୋଷ୍ଠି ମାନଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here