ହତ୍ୟା ହୋଇଥିବା ଯୁବକଙ୍କୁ ନ୍ୟାୟ ସକାସେ ଏସ ପି ଅଫିସ ଘେରାଉ : ସୁନ୍ଦରଗଡ଼

ମୃତ୍ୟୁ ପରେବି ଯୁବକଙ୍କୁ ମିଳୁନି ନ୍ୟାୟ । ଯୁବ ପୁତ୍ରକୁ ହରାଇ ଆତ୍ମହରା ହୋଇ ପଡିଛନ୍ତି ପରିବାର ଓ ସାଇପଡିଶା । ହତ୍ୟାକାରୀ ବୁଲୁଛନ୍ତି ନିର୍ଭୟରେ । ତେବେ ଆଜକୁ ୨୨ ଦିନ ହେବ ନିଖୋଜ ଥିବା ୨୧/୨୨ ବର୍ଷର ଯୁବକକୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ଧରିବାରେ ଫେଲ ମାରିଛି ପ୍ରଶାସନ । ସ୍ଥାନୀୟ ଥାନାରେ ମୃତ ଯୁବକ ନିଖୋଜ ହେବା ଦିନଠାରୁ ନ୍ୟାୟ ପାଇଁ ପରିବାର ଓ ସାଇପଡିଶା ଥାନାରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ନ୍ୟାୟ ମିଳି ନ ଥିଲା । ଶେଷରେ ବାଧ୍ୟହୋଇ ଲାଲଟାଙ୍କି ବାସୀନ୍ଦା ଥାନା ଘେରାଉ କରିଥିଲେ ବି କୌଣସି ସୁଧାର ଆସି ନ ଥିଲା । ଥାନା ଘେରାଉ ସମୟରେ ଡିଏସପି ପହଞ୍ଚି ବସ୍ତି ବାସୀନ୍ଦା ଓ ପରିବାର ଲୋକଙ୍କୁ ଆଶ୍ବାସନା ଦେଇଥିଲେ ଏକ ସପ୍ତାହ ଭିତରେ ଆମେ ଅଭିଯୁକ୍ତଙ୍କୁ ଧରିବୁ ହେଲେ ପ୍ରତିଶୃତି ପାଣିର ଗାର । ସବୁ କ୍ଷେତ୍ରରୁ ଫେଲ ହେବା ପରେ ଏବଂ ଯୁବକ ମୃତ୍ୟୁର ୨୨ ଦିନ ବିତିବା ପରେ ମଧ୍ୟ ହତ୍ୟାକାରୀଙ୍କ କୌଣସି ସୁରାଗ ସ୍ଥାନୀୟ ପ୍ରଶାସନ ପାଇ ପାରୁ ନ ଥିବାରୁ । ବାଧ୍ୟ ହୋଇ ଲାଲଟାଙ୍କି ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ପ୍ଲା କାର୍ଡ ଧରି ରାଉରକେଲା ଏସପି ଅଫିସ ଘେରାଉ କରିବା ସହ ବିଭିନ୍ନ ଶ୍ଳୋଗାନ ଦେଇଥିଲେ । ମୃତ ଯୁବକ ଓ ତାଙ୍କ ପରିବାରକୁ ନାୟ ମିଳିବ କେବେ ? ପ୍ରଶାସନ କରୁଛି କ’ଣ ? ହତ୍ୟାକାରୀଙ୍କୁ ଧରିବାକୁ ଏତେ ବିଳମ୍ବ କାହିଁକି । ଗତ ୨୧ ତାରିଖରେ ଯୁବକ ନିଖୋଜ ହୋଇଥିଲେ ହେଲେ ଶବ ମିଳିଥିଲା ୨୬ ତାରିଖ । ଶବ ବ୍ୟବଛେଦ ରିପୋର୍ଟ କହୁଛି ୩ ଦିନ ପୂର୍ବରୁ ମରିଥିଲେ ଯୁବକ । ତେବେ କିଏ ଓ କାହିଁକି ହତ୍ୟା କଲା ଯୁବକଙ୍କୁ ? ଏହିସବୁ ସମସ୍ୟାର ସମାଧାନ ଓ ତୁରନ୍ତ ହତ୍ୟାକାରୀଙ୍କୁ ଧରି ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀରେ ଏସପିଙ୍କୁ ଭେଟି ଶବ ବ୍ୟବଛେଦ ରିପୋଟ ସହ ଦାବୀ ପତ୍ର ପ୍ରଦାନ । ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ତତ୍ପର । କେବେ ନ୍ୟୟ ମିଳିବ ମୃତ ଯୁବକ ଓ ତାଙ୍କ ପରିବାରଙ୍କୁ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here