ଇଣ୍ଡୋନେସିଆ ବିମାନ ଦୁର୍ଘଟଣା

ଜାକର୍ତ୍ତା,୧୦/୦୧: ଇଣ୍ଡୋନେସିଆରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଶନିବାର ଜାକର୍ତ୍ତାରୁ ଉଡାଣ ଭରିଥିଲା । ଏହାପରେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବିମାନରେ ମୋଟ୍ ୧୨ ଜଣ କର୍ମଚାରୀ ଓ ୬୨ ଯାତ୍ରୀ ଥିଲେ । ଏନେଇ ଇଣ୍ଡୋନେସିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏୟାରଲାଇନ୍ସର ବୟାନ ଅନୁସାରେ, ବିମାନଟି ବୋର୍ଣ୍ଣିୟା ଦ୍ୱୀପର ପଶ୍ଚିମ ପ୍ରାନ୍ତର ରାଜଧାନୀ ଜାକର୍ତ୍ତାଠୁ ୯୦ ମିନିଟର ଉଡାଣ ଭରିଥିଲା । ଏଥିରେ ୫୦ ଜଣ ଯାତ୍ରୀ ଓ ୧୨ ଜଣ କର୍ମଚାରୀ ଥିଲେ । ସମସ୍ତ ବିମାନଯାତ୍ରୀ ଇଣ୍ଡୋନେସିଆର ନାଗରିକ ଥିଲେ ।  ଉଦ୍ଧାର କାର୍ଯ୍ୟ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ନ୍ୟାସନାଲ୍ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସିର ମୁଖ୍ୟ ବଙ୍ଗାଗ୍ ସୂର୍ଯ୍ୟୋ ଆଜି କହିଛନ୍ତି ଯେ, ବିମାନର ଭଗ୍ନାବଶେଷ ମାଛଧରାଳି ଠାବ କରିଥିଲେ । ଅଧିକ ଯାଞ୍ଚ ପାଇଁ ମିଳିଥିବା ଭଗ୍ନାବଶେଷକୁ ଲ୍ୟାବକୁ ପଠାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here