ବାଲିପଦର ମହୋତ୍ସବ “କୃଷ୍ଣସାର” ସ୍ମୃତିରେ ମଶାଲ ଯାତ୍ରା : ଗଞ୍ଜାମ

ବୁଗୁଡା,(ଡ଼ଃ.କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦରଠାରେ ଗତ ୨୦୧୮ ମସିହା ଠାରୁ ପ୍ରତି ଜାନୁୟାରୀ ୭, ୮ ଓ ୯ ତିନି ଦିନ ବ୍ୟାପି ବାଲିପଦର ମହୋତ୍ସବ “କୃଷ୍ଣସାର” ଅନୁଷ୍ଠିତ ହୋଇ ଆସୁଥିଲା । ଚଳିତ ବର୍ଷ ପ୍ରଶାସନିକ କୋଭିଡ୍ ଗାଇଡ୍ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ମହୋତ୍ସବ କମିଟି ପକ୍ଷରୁ ଏହା ସ୍ଥଗିତ ରଖାଯାଇଅଛି । ଏହାର ସ୍ମୃତି ଚାରଣ ସକାଶେ ବାଲିପଦରର ତିନି କିମ୍ବଦନ୍ତୀ ମହାପୁରୁଷ ଶିଳ୍ପୀ ଯୋଗୀ ମହାରଣା, ସଂଗ୍ରାମୀ କେ.ବାଳକୃଷ୍ଣ ପାତ୍ର ଓ କବି କଳ୍ପତରୁ ଦାସ ଙ୍କୁ ପୂର୍ବବତ ସ୍ମରଣ କରାଯାଇଥିଲା । ତିନିବ୍ୟକ୍ତିଙ୍କ ନାମରେ ତିନୋଟି ସ୍ମୃତି ମଶାଲ ସ୍ଥାନୀୟ ଗାଁ ଠାକୁରାଣୀ ମନ୍ଦିରରୁ ପଟୁଆରରେ ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା । ମହୋତ୍ସବ କମିଟି ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ସଂଯୋଜକ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ଓ ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ମୃତି ମଶାଲକୁ ସମ୍ମାନ ଜଣାଇ ଶେଷରେ ମହୋତ୍ସବ ପଡିଆରେ ସ୍ଥାପନ କରିଥିଲେ । ସାଂସ୍କୃତିକ ସଂପାଦକ ରତ୍ନାକର ମହାରଣା କାର୍ଯ୍ୟକ୍ରମକୁ ସଂଞ୍ଚାଳନ କରିଥିବା ବେଳେ “ପ୍ରଥମେ ଜୀବନ, ଦ୍ୱିତୀୟରେ ମନୋରଞ୍ଜନ” ବାର୍ତ୍ତାକୁ ସଂଯୋଜକ ଶ୍ରୀ ପାତ୍ର ଉପସ୍ଥାପନ କରିଛନ୍ତି । ମହୋତ୍ସବ କମିଟିର କର୍ମକର୍ତ୍ତା କେ.ମନୋଜ ଆଚାରୀ, କାହ୍ନୁ ବାଡତ୍ୟା, ନାରାୟଣ ସାମନ୍ତରା, ଉମା ନାୟକ, ଜି.ସଂଜୀବ ପାତ୍ର, କୈଳାସ ପ୍ରଧାନ ସମେତ ତିନି କିମ୍ବଦନ୍ତୀ ମହାପୁରୁଷଙ୍କ ବଂଶଜ ଓ ଗ୍ରାମବାସୀ ଉପସ୍ଥିତ ରହି ଅଞ୍ଚଳବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here