ଖବର ସଂକ୍ଷେପ ରେ……ତାରିଖ ୦୮/୦୧/୨୧, ଶୁକ୍ରବାର(NEWS IN BULLETS)

୧-କରୋନା ମୁକାବିଲାରେ ନମ୍ବର ୱାନ ଭାରତ । ଦେଶରେ ୯୬ ଦଶମିକ ୩୬ରେ ପହଞ୍ଚିଲା ଆରୋଗ୍ୟ ହାର । ୧କୋଟିରୁ ଅଧିକ ଲୋକ ହୋଇଛନ୍ତି ସୁସ୍ଥ ।

୨-ଦୀର୍ଘ ୯ମାସ ପରେ ଆଜିଠୁ ଖୋଲିବ ସ୍କୁଲ୍‌: ସରକାରଙ୍କ ଏସ୍‌ଓପି ଅନୁସାରେ ସରିଛି ସବୁ ପ୍ରସ୍ତୁତି।

୩-ଭୁବନେଶ୍ୱର:କୋଭିଡ୍ କଟକଣା ଭିତରେ ପାଳନ ହେବ ‘ଗଣତନ୍ତ୍ର ଦିବସ’।

୪-ଡାକ୍ତରୀ-ଇଞ୍ଜିନିୟରିଂ କଲେଜରେ ସରକାରୀ ସ୍କୁଲ ପିଲାଙ୍କୁ ସଂରକ୍ଷଣ: ପଦ୍ଧତି ତିଆରି ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି।

୫-ଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା।ଜେଇଇ ମେନ୍ ପରୀକ୍ଷାର ପ୍ରଥମ ସେସନ ଫେବୃଆରୀ ୨୬ରୁ ଫେବୃଆରୀ ୨୬ମଧ୍ୟରେ କରାଯିବ।

୬-କମିଶନରଟେ ପୋଲିସରେ ଖୋଲିଲା ସାଇବର ଡେସ୍କ, ଅଜଣା ନମ୍ବରରୁ ଫୋନ ଆସିଲେ ପୋଲିସକୁ ଖବର ଦିଅନ୍ତୁ 7440006709ରେ

୭-୭.୫%ରୁ ୩୦% ପର୍ଯ୍ୟନ୍ତ କମିପାରେ ଘରୋଇ ସ୍କୁଲ ଫି’: କମିଟି ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦେଶ।

୮-ନଡିଆ କତା ଭର୍ତ୍ତି ଗାଡିରେ ଗଞ୍ଜେଇ ଚାଲାଣ : ବ୍ରହ୍ମପୁରରେ ଧରାପଡିଲା ୫୫ ଲକ୍ଷ ଟଙ୍କାର ଗଞ୍ଜେଇ।

୯-ରାଜ୍ୟରେ କେହି ଭୋକିଲା ରହିବେ ନାହିଁ, ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କଲେ ସାଂସଦ ଅପରାଜିତା ଷଡଙ୍ଗୀ।

୧୦-ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର! ବେନାମୀ ଚିଠିକୁ ନେଇ ହଇଚଇ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

୧୧-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ; ଓଏମସିକୁ ୨ଟି ଓ ଓଏମଇସିକୁ ମିଳିବ ଗୋଟିଏ ଲୁହାପଥର ଖଣି।

୧୨-ଆଜିଠାରୁ ଦେଶର ସବୁ ଜିଲ୍ଲାରେ କୋଭିଡ଼ ଟିକାର ହେବ ଡ୍ରାଏ ରନ୍‌, ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।

୧୩-ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଲେ ସୌରଭ ଗାଙ୍ଗୁଲି।

୧୪-ଆମେରିକା ଇତିହାସରେ କଳାଦିନ: କ୍ୟାପିଟାଲ ହିଲରେ ଟ୍ରମ୍ପ୍ ସମର୍ଥକଙ୍କ ଅରାଜକତା, ପୁଲିସ୍ ଗୁଳିରେ ୪ମୃତ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here