ଖବର ସଂକ୍ଷେପ ରେ……ତାରିଖ ୦୭/୦୧/୨୧, ଗୁରୁବାର(NEWS IN BULLETS)

୧-କଟକ: ବିନା ଜୋରିମାନାରେ ୧୦ରୁ ୨୮ ଯାଏଁ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନ୍ ରେ ହେବ ଫର୍ମ ପୂରଣ।

୨-ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ଦୈନିକ ମୃତ୍ୟୁସଂଖ୍ୟା ଶୂନ୍। ବନ୍ଦ ହେବ ଘରୋଇ କୋଭିଡ ହସ୍ପିଟାଲ।

୩-ଭୁବନେଶ୍ୱର: ଶୀତର ପ୍ରକୋପ ହ୍ରାସ ପାଉଛି, ବଢୁଛି ତାପମାତ୍ରା, ଫୁଲବାଣୀରେ ସବୁଠାରୁ କମ୍ ତାପମାତ୍ରା ୧୧ଂ ।

୪-ବ୍ରିଟେନ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩।୪୧ ଦେଶକୁ ବ୍ୟାପିଲାଣି ନୂଆ ଭୁତାଣୁ:WHO

୫-କୋଭିଡ ଟୀକାକରଣ ପାଇଁ ଓଡ଼ିଶା ସଂପୂର୍ଣ୍ଣ ପ୍ରସ୍ତୁତ, ସ୍ଥିତି ସମୀକ୍ଷା କରି ଆଗାମୀ ଦୁଇମାସ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।

୬-କଟକରେ ଆଜି ଠାରୁ ଖୋଲିବ ସମସ୍ତ ଧାର୍ମିକନୁଷ୍ଠାନ, ମହାନଗର ନିଗମ ପକ୍ଷରୁ ମିଳିଲା ସୂଚନା।କୋଭିଡ ନିୟମ ଅନୁଯାୟୀ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ପ୍ରବେଶ କରି ଠାକୁର ଦର୍ଶନ କରିପାରିବେ।

୭-RSPରେ ଗ୍ୟାସ୍ ଲିକ୍ ଘଟଣାରେ ୨ ଡିଜିଏମ୍ ନିଲମ୍ବିତ : ମୃତକଙ୍କ ପରିବାରକୁ ମିଳିବ ଅଢେଇ ଲକ୍ଷ ଟଙ୍କା, ଜଣଙ୍କୁ ଚାକିରୀ।

୮-ନର୍ଲା:ରୟାଲ ଆମେରିକାନ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପାଇବେ ସାଧୁରାମ ଅଗ୍ରୱାଲ।

୯-ଲିଙ୍ଗରାଜ ଦର୍ଶନ ପାଇଁ କୋଭିଡ୍‌ ଟେଷ୍ଟ ଦରକାର ନାହିଁ : ବିଏମ୍‌ସି,ତେବେ ମନ୍ଦିର ଦ୍ୱାରରେ ସମସ୍ତଙ୍କର ସ୍କ୍ରିନିଂ କରି ଭିତରକୁ ଛଡ଼ାଯିବ।

୧୦-୬୪୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ; ସୃଷ୍ଟି ହେବ ୪୬୩୧ ନିଯୁକ୍ତି ସୁଯୋଗ ।

୧୧-ଚୀନର ଯୁଦ୍ଧ ପ୍ରସ୍ତୁତି: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିର୍ଦେଶ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here