ହାତୀ ଆକ୍ରମରେ ଜଣେ ଚାଷୀଙ୍କର ମୃତ୍ୟୁ :ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କନ୍ତିଓ ପୁଟସାହିରେ ହାତୀ ଆକ୍ରମରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ଏହାସହ ଅନ୍ୟଜଣେ ଗୁରୁତର ହୋଇଛନ୍ତି ।ଗତ କିଛିଦିନ ଧରି ଢେଙ୍କାନାଳ ଜିଲ୍ଲାରେ ବାରମ୍ବାର ହାତୀ ଆକ୍ରମଣରେ ଚାଷୀ ମାନଙ୍କର ଜୀବନ ଯାଉଛି । ତଥାପି ଚାଷୀଙ୍କୁ ସୁରକ୍ଷା ଦେଇ ପାରୁନି ବନବଭାଗ । ମୃତକ ଜଣଙ୍କ ହେଲେ କନ୍ତିଓ ପୁଟ ସାହିର ଭୁବନ ବେହେରା । ସେ ଓ ଯଦୁମଣି ସାହୁ ଧାନ ବିଲକୁ କାମ କରିବାକୁ ଯାଇଥିଲେ । ତେବେ ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା । ହାତୀଟି  ଭୁବନଙ୍କୁ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଅପର ପକ୍ଷରେ ଯଦୁମଣୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧ।ର କରିଥିଲେ । ତାକୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here