ଗଜପତିର ବିସ୍ମୟ ବାଳକ

 କୁନି ବୟସରେ ଅସାଧାରଣ ପ୍ରତିଭାର ଅଧିକାରୀ ଗଜପତିର ବିସ୍ମୟ ବାଳକ । ମାତ୍ର ୩ ବର୍ଷ ବୟସରେ ଏକ୍ସକ୍ଲୁସିଭ ୱାଲ୍ଡ଼ ରେକର୍ଡସରେ ସ୍ଥାନ ପାଇଛନ୍ତି ଆରୁଶ ମିଶ୍ର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜଙ୍ଗମ ସାହିର ଅଭିଜିତ ମିଶ୍ର ଏବଂ ମୋନାଲି ଆଚାର୍ଯ୍ୟଙ୍କ ଏକ ମାତ୍ର ପୁତ୍ର ଆରୁଶ ମିଶ୍ର  । ବୟସ ମାତ୍ର ୩ ବର୍ଷ, ଆଗରୁ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ରେଷ ସ୍ଥାନ ପାଇଥିବା ଆରୁଶ ଏବେ ପୁଣି “ଏକ୍ସକ୍ଲୁସିଭ ୱାଲ୍ଡ଼ ରେକର୍ଡସରେ” (Exclusive world record)ରେ ସ୍ଥାନ ପାଇଛନ୍ତି । ରାସାୟନିକ ବିଜ୍ଞାନ, ଗ୍ରହ ବିଜ୍ଞାନ  ଆଦି ବିଷୟରେ ବେଶ୍ ପାରଙ୍ଗମ ସେ । ଏଲକେଜିରେ ପଢ଼ୁଥିବା ଆରୁଶ ୩୦ରୁ ଉର୍ଦ୍ଧ୍ୱ ଦେଶର ରାଷ୍ଟ୍ରପତିଙ୍କ ନାମ, ବିଭିନ୍ନ ଦେଶର ଜାତୀୟ ପ୍ରତୀକ, ମାନବ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ଓ କୋଭିଡ୧୯ ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଖୁବ ସୁନ୍ଦର ଭାବରେ ଦେଇପାରୁଛନ୍ତି ।ଆରୁଶଙ୍କ ସ୍ମରଣଶକ୍ତି ଖୁବ ଥୀକ୍ଷ୍ଣ । ଥରେରୁ ଦୁଇ ଥର ଶୁଣୁଥିବା କଥାକୁ ସହଜରେ ମନେରଖି ନିଅନ୍ତି । ବହୁ ଜିନିଷ ଜାଣିବାକୁ  ତାଙ୍କର ପ୍ରବଳ ଆଗ୍ରହ । ତେବେ ଆରୁଶ ଭବିଷ୍ୟତରେ ଡାକ୍ତର, ବୈଜ୍ଞାନିକ କିମ୍ବା ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ ରଖିଛନ୍ତି ବୋଲି କହନ୍ତି ତାଙ୍କ ବାପାମାଆ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here