ଗୋବରରେ ତିଆରି ହେଉଛି ଜୋତା : ନୂଆଦିଲ୍ଲୀ

ଅହମଦାବାଦରେ ବସବାସ କରୁଥିବା ୫୫ ବର୍ଷ ବୟସ୍କ ଦିବ୍ୟକାନ୍ତ ଦୁବେ ଗୋବରରେ ବିଭିନ୍ନ ଉତ୍ପାଦ ତିଆରି କରୁଛନ୍ତି। ଦୁବେ ଗତ ୮-୧୦ ବର୍ଷ ହେଲା ଗୋବର ଉପରେ କାମ କରୁଛନ୍ତି। ଦଶମ ପାସ କରିଥିବା ଦିବ୍ୟକାନ୍ତ ପେସାରେ ଜଣେ ପେଣ୍ଟର। ସାଇନବୋର୍ଡ଼ ପେଣ୍ଟ କରି, ମୂର୍ତ୍ତି ତିଆରି କରି ଜୀବନ ଜୀବିକା ନିର୍ବାହ କରନ୍ତି ଦିବ୍ୟକାନ୍ତ। ତେବେ ଦିବ୍ୟକାନ୍ତଙ୍କୁ ଗୋବର ଉପରେ ବିଭିନ୍ନ ପ୍ରକାର ରିସର୍ଚ୍ଚ ଓ ସାମଗ୍ରୀ ତିଆରି କରିବାକୁ ଭଲ ଲାଗେ ବୋଲି କହିଛନ୍ତି।

ତେବେ ଗୋବରରୁ ଦିବ୍ୟକାନ୍ତି ଜୋତା ନିର୍ମାଣ କରିଛନ୍ତି । ଏହା କେବଳ ଯେ ସ୍ୱାସ୍ଥ୍ୟ ପାଇଁ ହିତକର ତାହା ନୁହେଁ ବରଂ ଏହା ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ମଧ୍ୟ। ଦିବ୍ୟକାନ୍ତ କହିଛନ୍ତି ଯେ, ଗୋବରରୁ ଯେଉଁ ଚପଲ ତିଆରି ହୋଇଛି ତାହା ସ୍ୱାସ୍ଥ୍ୟ ପକ୍ଷେ ବହୁ ହିତକର। ପୁରୁଣା କାଳରେ ଲୋକେ ଗୋବର ଲିପା ଘରେ ରହୁଥିଲେ ଏବଂ ଖାଲି ପାଦରେ ଚଲାବୁଲା କରୁଥିଲେ। ଏହାର ସିଧା ପ୍ରଭାବ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପଡୁଥିଲା। କେବଲ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚପଲକୁ ଅଧା ଘଣ୍ଟା ଯାଏଁ ବି ପାଣିରେ ରଖିଲେ ସେ ନଷ୍ଟ ହେବନାହିଁ। କେବଳ ଚପଲ ନୁହେଁ ବରଂ, ଦିବ୍ୟକାନ୍ତ ଗୋବରରେ ଅନେକ ପ୍ରକାରର ମୂର୍ତ୍ତି ଯଥା-ରାଧାକୃଷ୍ଣ ଓ ଗଣେଷଙ୍କ ମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି। ଗୋବରରେ ମୂର୍ତ୍ତି ନିର୍ମାଣ କଲେ, ତାହା ପରିବେଶ ଲାଗି ଅନୁକୂଳ ସହ ଯେକୌଣସି ସ୍ଥାନରେ ଏହି ମୂର୍ତ୍ତିର ବିସର୍ଜନ ହୋଇପାରିବ। ତେଣୁ ଗୋବରରେ ମୂର୍ତ୍ତି ସେ ତିଆରି କରୁଥିବା କୁହନ୍ତି ଦିବ୍ୟକାନ୍ତ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here