ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି : ଭୁବନେଶ୍ୱର

ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫର୍ମ ପୂରଣ ଅନଲାଇନରେ ହେବ ବୋଲି ଆସିଛି ନିର୍ଦ୍ଦେଶାବଳୀ । ବିଜ୍ଞପ୍ତି ଅନୁସାରେ, ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨ ତାରିଖ ଯାଏଁ ଫର୍ମ ପୂରଣ ହେବ। ବିନା ଜରିମାନାରେ ଜାନୁଆରୀ ୨୭ ଫି ଦାଖଲର ଶେଷ ଦିନ ରଖାଯାଇଛି । ବିନା ଜରିମାନାରେ ଜାନୁଆରୀ ୨୮ ଫର୍ମ ଦାଖଲର ଶେଷ ତାରିଖ ରହିଛି । ସେହିପରି ଜରିମାନା ସହ ଜାନୁଆରୀ ୨୮ ଫି ଦାଖଲର ଶେଷ ତାରିଖ ଏବଂ ଜରିମାନା ସହ ଫେବ୍ରୁଆରୀ ୨ ଫର୍ମ ଦାଖଲର ଶେଷ ତାରିଖ ରହିଛି ।

ତେବେ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନି। ସ୍ୱାସ୍ଥ୍ୟ ବିଭାଗ କହିଲେ ସେ ନେଇ ନିଷ୍ପତ୍ତି ନିଆଯିବ । ତେବେ ସିଲାବସ୍‌ ୩୦% କମିଛି, ଆଉ କମିବ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସ୍ପଷ୍ଟ କରିଥିଲେ। ସରକାରୀ ନିୟମ ଅନୁଯାୟୀ, କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିପାରିବ। କଣ୍ଟେନମେଣ୍ଟ ଜୋନ୍‌ର କୌଣସି ଶିକ୍ଷକ, ପିଲା ସ୍କୁଲ ଆସିବା ବାରଣ କରାଯାଇଛି।  କଣ୍ଟେନମେଣ୍ଟ ଜୋନ୍ ହେଲେ ଖୋଲିଥିବା ସ୍କୁଲ ତୁରନ୍ତ ବନ୍ଦ କରାଯିବ। ସ୍କୁଲ୍‌ ଖୋଲିବା ପୂର୍ବରୁ ଆସବାବପତ୍ର, ଲାଇବ୍ରେରୀ ଇତ୍ୟାଦି ସାନିଟାଇଜ ହେବାକୁ ମଧ୍ୟ ସରକାର ଗାଇଡଲାଇନ୍‌ରେ ଉଲ୍ଲେଖ କରିଛନ୍ତି। ସେହିପରି ପାଇଖାନା ଓ ପାନୀୟ ଜଳ ବ୍ୟବସ୍ଥା ନଥିବା ସ୍କୁଲ ଖୋଲିପାରିବନି ଏବଂ ସ୍କୁଲ ବସ୍ ବଦଳରେ ଅଭିଭାବକ ପିଲାଙ୍କୁ ସ୍କୁଲ୍‌ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ତା ଛଡ଼ା କୌଣସି ପିଲାଙ୍କୁ ସ୍କୁଲକୁ ଆସିବାକୁ ବାଧ୍ୟ କରାଯାଇ ପାରିବନାହିଁ। କେବଳ ଅଭିଭାବକ ଏବଂ ପିଲା ରାଜିଥିଲେ ସ୍କୁଲ ଆସିପାରିବେ। ସେହିପରି କ୍ଲାସ ରୁମ୍‌ରେ ସାମାଜିକ ଦୂରତା ପାଇଁ ଗୋଟିଏ ସିଟ୍ ଛାଡ଼ି ବସିବା ପାଇଁ ନିୟମ କଡ଼ାକଡି କରାଯାଇଛି। 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here