ଖବର ସଂକ୍ଷେପ ରେ……ତାରିଖ ୦୬/୦୧/୨୧, ବୁଧବାର(NEWS IN BULLETS)

୧-ମାସ ମାସର ପ୍ରତୀକ୍ଷାରେ ହେବାକୁ ଯାଉଛି ଅବସାନ । ଖୁସି ଖବର ଶୁଣାଇଲେ କେନ୍ଦ୍ର ସରକାର । ଜାନୁଆରୀ ୧୩-୧୪ ତାରିଖ ସୁଦ୍ଧା ଆରମ୍ଭ ହେବ ଟିକାକରଣ।

୨-କରୋନା ଟୀକାକରଣ ପାଇଁ ପ୍ରସ୍ତୁତ ରାଜ୍ୟ ସରକାର, ଟୀକାକରଣ ତାରିଖ ଘୋଷଣାର ୨ଦିନ ସୁଦ୍ଧା କ୍ଷେତ୍ର ପ୍ରସ୍ତୁତି ନିର୍ଦ୍ଦେଶ।

୩-ବାର୍ଡ ଫ୍ଲୁ ଆଶଙ୍କାକୁ ଦୃଷ୍ଟିରେ ରଖି ଚିଲିକାରେ ସମ୍ପୂର୍ଣ୍ଣ ସଜାଗ ରହିଛି ବନ୍ୟ ପ୍ରାଣୀ ବିଭାଗ ।

୪-ଭୁବନେଶ୍ୱର: ଦେଶର ପ୍ରଥମ ଫାୟାର ପାର୍କ ଉଦଘାଟିତ, ସଚେତନତା ପାଇଁ ଉପଯୋଗୀ ହେବ: ମୁଖ୍ୟମନ୍ତ୍ରୀ

୫-ମହାପ୍ରଭୁଙ୍କ ଦର୍ଶନ ନପାଇ ବଡଦାଣ୍ଡରୁ ଫେରୁଛି ଭକ୍ତ । ୧୦ଜଣ ପଜିଟିଭ ଚିହ୍ନଟ ପରେ ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ବନ୍ଦ କଲା ପ୍ରଶାସନ।

୬-କଟକ: ଇଂଲଣ୍ଡରେ ଅବସ୍ଥାପିତ ସାହିତ୍ୟିକା ମୋନା ଦାଶ ଅନ୍ତର୍ଜାତୀୟ ଆଇଲ୍ଯାଣ୍ଡସ୍ ବୁକ୍ ଆଓ୍ବାର୍ଡ ପାଇଁ ଯୋଗ୍ୟ ବିବେଚିତ।

୭-୧୧ରୁ ଖୋଲିବ ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ।

୮-କୌଣସି ମୁହୂର୍ତ୍ତରେ ଓଡ଼ିଶାରେ ପହଁଚିବ ଟିକା ! ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା।

୯-ରାଜ୍ୟ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ଦୁର୍ନୀତି ଓ ଅପାରଗତା ଯୋଗୁଁ ଜଣେ ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର।

୧୦-ଏସଆଇଟିରେ ସାବାଳକ, ପୋକ୍ସୋ କୋର୍ଟରେ ନାବାଳକ – ଅଡୁଆରେ ପରି ହତ୍ୟା ତଦନ୍ତ।

୧୧-ଯାଜପୁର: ଚଳିତ ବର୍ଷ ବାତିଲ୍ ହେଲା ବିଂଝାରପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା, ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି।

୧୨-ରାଉରକେଲା:୫୯ ଲକ୍ଷ ୨୨ ହଜାର ସରକାରୀ ଅର୍ଥ ଆତ୍ମସାତ୍‍: ୩ ବ୍ୟାଙ୍କ ଅଧିକାରୀ, ଲ୍ୟାମ୍ପସ ଏମ୍‍ଡି, ପଞ୍ଚାୟତ ପିଇଓଙ୍କ ବିରୋଧରେ ମାମଲା।

୧୩-ମାହାଙ୍ଗା ଡବଲ ମର୍ଡର ଘଟଣା: ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ, ବେଣା ବୁଦାରୁ ଜବତ ହେଲା ହତ୍ୟାରେ ବ୍ୟବହୃତ ଖଣ୍ଡା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here