ଚାଷୀ ମାନଙ୍କ ଦାବି ପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କ୍ଷେତ୍ର ପରିଦର୍ଶନ : ପୁରୀ

ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୁରୀ ସଦର ବ୍ଲକର ପ୍ରତାପ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କ ଦାବି ପରେ ମାଳସାହି ଠାରୁ ବନପୁର କଜଳ ପାତିଆ କେନାଲ ପୁନଃରୁଦ୍ଧାର କରିବା ପାଇଁ ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କ୍ଷେତ୍ର ପରିଦର୍ଶନ କରିଥିଲେ । ଶ୍ରୀ ଦାସବର୍ମା କେନାଲର ପୁନଃରୁଦ୍ଧାର କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ଗ୍ରାମ୍ୟ ଡ୍ରେନେଜ ନିର୍ବାହୀ ଯନ୍ତ୍ରୀ ଭଗବାନ ଦାସ ଓ ଯନ୍ତ୍ରୀ ରଞ୍ଜିତ ବେହେରା, ପୂର୍ବତନ ସରପଞ୍ଚ ପ୍ରକାଶ ମିଶ୍ର, କାର୍ତ୍ତବିଯ୍ୟ ସ୍ଵାଇଁ ଓ ଗଉଡିକେରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରମେଶ ପ୍ରଧାନ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here