ଖବର ସଂକ୍ଷେପ ରେ……ତାରିଖ ୦୫/୦୧/୨୧, ମଙ୍ଗଳବାର(NEWS IN BULLETS)

୧-ରାଜ୍ୟରେ ଟିକାକରଣ ପାଇଁ ଜାଗା ଚିହ୍ନଟ କରିବାକୁ ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଲେଖିଲା ଚିଠି। ରାଜଧାନୀରେ ୨୭ ଟୀକାକରଣ କେନ୍ଦ୍ର।

୨-ପୁରୀ:ଜଗା ଦର୍ଶନରେ ବି ଜାଲାଆତି,ସହରରେ ଜାଲ ନେଗେଟିଭ ରିପୋର୍ଟ ହାଉଯାଉ,ଫଟୋସପରେ ନାଁ ବଦଳୁଛି।

୩-୧୨ ବର୍ଷ ବୟସର ଉର୍ଦ୍ଧ୍ବ ପିଲାମାନଙ୍କୁ ଦିଆଯିବ କୋଭାକ୍ସିନ୍ ଓ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମିଳିବ କୋଭିସିଲ୍ଡ୍ ଟୀକା।

୪-ବ୍ରହ୍ମପୁର:ରାମଲିଙ୍ଗେଶ୍ବର ଜଳାଶୟର ପୁନରୁଦ୍ଧାର ଓ ସୈ।ନ୍ଦର୍ଯ୍ଯକରଣ କାର୍ଯ୍ୟ ଲୋକାର୍ପିତ।

୫-କେନ୍ଦ୍ର ସରକାର ଟିକା ଯୋଗାଇବା କ୍ଷଣି ଓଡ଼ିଶାରେ ଟିକାକରଣ ଆରମ୍ଭ ହେବ, ଜୁଲାଇରେ ସେରମ ସିଇଓଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ।

୬-ରାଜ୍ୟର ୧୬ଟି ଜିଲ୍ଲାରେ ୩ ଦିନ ପାଇଁ ଘନ କୁହୁଡ଼ି,ଆଜିଠାରୁ ରାଜ୍ୟରେ କୁହୁଡ଼ିଆ ପାଗ, ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି।

୭-ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏସ୍. ମୂରଲୀଧର।

୮-ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ମାମଲା:ସିଡି ଦାଖଲ ନିର୍ଦ୍ଦେଶ।

୯-ଦୀର୍ଘ ୯ ମାସ ପରେ ଆଜି ଖୋଲିବ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚେକେଶ୍ଵରୀ ମନ୍ଦିର।

୧୦-କମିଶନରେଟ ପୋଲିସର ‘ବସ୍ତିକୁ ଚାଲ’ ଅଭିଯାନ, ଅପରାଧ କମାଇବା ପାଇଁ ପୋଲିସର ଇନଫରମର ସାଜିବେ ବସ୍ତି ପିଲା।

୧୧-ପରୀ ହତ୍ୟା ମାମଲା : ଅଭିଯୁକ୍ତ ସରୋଜର ନାର୍କୋ ଆନାଲିସିସ୍ ଟେଷ୍ଟ୍ କରିବ ଏସଆଇଟି

୧୨-ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ପହଞ୍ଚିବ କରୋନା ଟିକା : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।

୧୩-ଅରୁଣଙ୍କ ପରେ ପ୍ରତାପ: ବିଜେଡ଼ି ମନ୍ତ୍ରୀଙ୍କ ଉପରେ ବିଜେପିର ଷଣ୍ଢୁଆସୀ ଆକ୍ରମଣ; ବହିଷ୍କାର ଲାଗି ୪୮ ଘଣ୍ଟିଆ ମହଲତ।

୧୪-ଓଡ଼ିଶା ଇ ସ୍କୁଲ :ନଥିରେ ବନ୍ଧା ଇ ବିଦ୍ୟାଳୟ ଯୋଜନା,ଖତ ଖାଉଛି କମ୍ପ୍ୟୁଟର, ପିଲାଙ୍କୁ ମିଳୁନାହିଁ ଇ- ଶିକ୍ଷା।

୧୫-ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ୍‌ ଟନ୍‌ ବୃଦ୍ଧି କରିବାକୁ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ।

୧୬-ନୁଆ ଦିଲ୍ଲୀ: ସରକାର-କୃଷକ ନିଜ ଜିଦ୍ ରେ ଅଟଳ, ବୈଠକ ନିଷ୍ପଳ,୮ରେ ପୁଣି ଆଲୋଚନା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here