ଆସନ୍ତୁ ବୁଲି ଯିବା ପାରାଦୀପ୍ ବନ୍ଦର

ପାରାଦୀପ୍ ଜିବାକୁ ହେଲେ ସିଧାସଳଖ ଆପଣମାନେ କଟକ ହେଉକି ଜଗତସିଂହପୁର ହେଉ, କଟକ ଜଗତସିଂହପୁର ଓ ଭୂତୁମୁଣ୍ଡେଇ ରୋଡ୍ ଏବଂ ପୋଲଦେଇ ଦେଇ ଆପଣ ମଧ୍ୟ ପାରଦୀପରେ ପହଞ୍ଚି ପାରିବେ, ଅଥବା ଯଦି ଆପଣ ଭଦ୍ରକ ବାଲେଶ୍ଵର ପଟୁ ଆସିବେ ତଃ ତାହେଲେ ଆପଣଙ୍କୁ ଚଣ୍ଡିଖୋଲ୍ କେନ୍ଦ୍ରାପଡା ଜାତୀୟ ରାଜପଥ ନଂ-(କ) ମଧ୍ୟ ଦେଇ ସିଧା ସଳଖ ପୂର୍ବ ଦିଗକୁ ଚଣ୍ଡିଖୋଲ୍ ଠାରୁ ମାତ୍ର ୮୦ କିଲୋ ମିଟର ବାଟ ଗଲେ ପଡିବ ପାରାଦୀପ୍ ବନ୍ଦର । ଏହା ଓଡିଶାର ରାଜଧାନୀଠାରୁ ପ୍ରାୟ ଏକ ଶହ କିଲୋମିଟର ଦୂରରେ ଅବସ୍ଥିତ । ପାରାଦୀପ୍ ବନ୍ଦର ଖାଲି ଓଡିଶାର ୧-ନଂ ବନ୍ଦରର ମାନ୍ୟତା ପାଇଥିବା ବନ୍ଦର ନୁହେଁ ସମଗ୍ର ଭାରତରେ ଏହାର ସ୍ଥାନ ମଧ୍ୟ ୩ୟରେ ରହିଛି ବୋଲି ଜଣାପଡେ । ମୂଖ୍ୟତଃ ପାରାଦୀପରେ ରହିଛି ପାରାଦୀପ୍ ପୋର୍ଟକୁ ଛାଡି ଫର୍ଟି ଲାଇଜର, ଓସୁଆଲ୍ ବା ଇଫକୋ ଭଳି ବୃହତ ବୃହତ ସାରକାରଖାନା ସାଂଗକୁ ଭାରତର ସର୍ବ ବୃହତମ ଅଏଲ୍ ରିଫାଇନରିଂଗ୍ ଭଳି କମ୍ପାନୀ ଏବଂ ବିଅର ଫ୍ୟାକ୍ଟରୀ ସହିତ ଆଲଫାବିଟା ଭଳି ଅନେକ ଛୋଟବଡ ଅନ୍ୟାନ୍ୟ କମ୍ପାନୀ ଗୁଡିକ ମଧ୍ୟ । ସେହିପରି ସେଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ମାନଙ୍କ ମଧ୍ୟରୁ ନେହୁର ବଂଗଳାର ମନୋଲୋଭା ବଂଗଳା ସାଂଗକୁ ଖୁବ୍ ସୁନ୍ଦର ପାର୍କ ଓ ସମୁଦ୍ର କଡେ କଡେ ନିର୍ମିତ ହୋଇଥିବା ପଥର ବନ୍ଧ, ଝାଉଁବଣ ବା ନିକାଞ୍ଚ ଜଂଗଲ , ସମୁଦ୍ରର ନୀଳ ନୀଳ ଢେଉରାସୀ ଏବଂ ବାଲି ଯାତ୍ରାପଡିଆ, ବଡ଼ପଡିଆ, ଲୋକନାଥ ମନ୍ଦିର ପୁରୀ ଭଳି ସୁ- ବିସୃତ ସମୁଦ୍ର ବେଳାଭୂମି ଏବଂ ବତୀଘର ଯେଉଁଟାକି ଲାଇଟ୍ ହାଉସ୍ ନାମରେ ପରିଚିତ ଯାହାକୁ ସୁଦୁର ବିଦେଶ ବା ଦରୀଆ ଆରପାରିରୁ ସମୁଦ୍ର ପଥଦେଇ ଉକ୍ତ ବନ୍ଦର ମାଧ୍ୟଦେଇ ସେଠାକୁ ଆସୁଥିବା ଜାହାଜ ବା ବୋଟ୍ ଗୁଡିକୁ ଦିଗ ନିର୍ଣ୍ଣୟ ପଥ ପ୍ରଦର୍ଶନ କରିବା ନିମନ୍ତେ ନିର୍ମିତ ଏବଂ ବ୍ରିଟିସ୍ ସରକାରଙ୍କ ଅମଳରୁ ରହି ଆସିଥିବା ବିଦେଶୀମାନେ ନିଜ ଦେଶକୁ ଭାରତରୁ ଜାହାଜରେ ଲଦି ବୋହି ନେବା ପାଇଁ ବିଭିନ୍ନ ଧନରତ୍ନ ଓ ଜିନଷ ପତ୍ର ଓ ସାମଗ୍ରୀ ରଖିବା ନିମନ୍ତେ ଷ୍ଟକ୍ ରୁମ୍ ବା ହୁକିତାଲା ନାମରେ ପରିଚିତ ସଉଚ୍ଚ ଅଟ୍ଟାଳିକା ଗଢିଥିବା ଭଳି ଗୃହ ଓ ପୋର୍ଟରେ ଲାଗୁଥିବା ବଡ ବଡ ବିସୃର୍ତ ଜାହାଜ, ଉର୍ଣ୍ନତ ମାନର ପାର୍କ ରାସ୍ତାଘାଟ ଏବଂ ସବୁଠୁ ବଡ କଥା ହେଲା ନେହୁର ବଂଗଳାରେ ୧୯୯୫ ମସିହାଠୁ ଏ ପର୍ଯ୍ୟନ୍ତ କାର୍ଯ୍ୟକରୀ ଆସୁଥିବା ବୃହତ ମାଛ ଫିସିଂଗ୍ ବା ହାର୍ବର୍ବ । ଯେଉଁଠାରେ ପ୍ରତି ଦିନ ଶହ ଶହ ବୋଟ୍ ବା ଡଂଗା ସାହାଯ୍ୟରେ ଲକ୍ଷ ଲକ୍ଷ ଟନ ବା କୁଣ୍ଟାଲ୍ କୁଇଁଣ୍ଟାଲର ମାଛ, କଙ୍କଡା ଧରା ଯିବା ସହିତ ଖାଲି ଭାରତ ନୁହେଁ ସମଗ୍ର ବିଶ୍ୱର ଅନେକ କୋଣ ଅନୁକୋଣ ବା ଦେଶକୁ ମଧ୍ୟ ଏହିଠାରୁ ମାଛ, ଶୁଖୁଆ ବିକ୍ରୟ ନିମନ୍ତେ ସପ୍ଲାଏ ବା ପଠା ଯାଇଥାଏ । ଯାହାକି ଆମ ଦେଶର କଲିକତା, କୋଚୀ ଓ ଚେନାଇ ବୃହତ ବନ୍ଦର ମାନଙ୍କ ଭଳି ମଧ୍ୟ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତାରେ ହଜାର ହଜାର କୋଟି ଟଙ୍କାର ଅର୍ଥ ରୋଜଗାର କରିବାକୁ ରାହା ଯୋଗାଇଥାଏ ଏହି ବନ୍ଦରଟି । ଆମ ଦେଶର ଅର୍ଥନୈତିକ ବିକାଶରେ ପାରାଦୀପ୍ ବନ୍ଦର ବହୁ ମାତ୍ରାରେ ସାହାଯ୍ୟ କରିବା ସହତ ଦେଶରୁ ଦାରିଦ୍ରତା ହାର୍ସ ମଧ୍ୟ କରିଥାଏ । ଏହି ପାରାଦୀପ୍ ବନ୍ଦର ଦେଇ ବହୁତ ଗୁଡିଏ ଜାହାଜ ମାଧ୍ୟମରେ ଆମ ଦେଶ ବା ରାଜ୍ୟରୁ ଖଣିଜ ଦ୍ରବ୍ୟ ଯଥା-କୋଇଲା,ଲୁହା ପଥର, ମାଂଗାନିଜ୍ ଏବଂ କୋର୍ମାଇଟ୍ ଭଳି ଚାର୍ଜକ୍ରୋମ୍ ଓ ଅନ୍ୟାନ୍ୟ ବହୁ ଖଣିଜ ଦ୍ରବ୍ୟ ମଧ୍ୟ ବିଦେଶକୁ ବେପାର ବଣିଜ ପାଇଁ ପଠା ଯାଇଥାଏ ଓ ଆମ ଦେଶର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିକାଶ କରାଯିବା ପାଇଁ ସଦା ସର୍ବଦା ଭାରତ ସରକାର ଅନବରତ ଚେଷ୍ଟା ଜାରୀ ରଖିଥାନ୍ତି । ତେବେ ଆସନ୍ତୁ ସେହି ବୃହତ ବନ୍ଦର ମାନଙ୍କ ମଧ୍ୟରୁ ଏହି ବନ୍ଦରକୁ ବୁଲି ଦେଖିବା ପାରାଦୀପ୍ ବନ୍ଦର ଆଉ ନୂଆ ବର୍ଷ ଆରମ୍ଭରେ ବଣଭୋଜି ହେଉକି ବୋଟିଂଗର ମଜା ନେବାକୁ ବାହାରୁ ଆସିଥିବା ହଜାର ହଜାର ପର୍ଯ୍ୟଟକଙ୍କ ମୁହଁରୁ ସିଧାସଳଖ ଶୁଣିବା ସେମାନେ ଏହି ବନ୍ଦରକୁ ନେଇ କଣ ଓ କି ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ଗଣମାଧ୍ୟମ ସମ୍ମୁଖରେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here