ଖବର ସଂକ୍ଷେପ ରେ……ତାରିଖ ୦୪/୦୧/୨୧, ସୋମବାର(NEWS IN BULLETS)

୧-କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ ସବଜେକଟିଭ । ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କିଂ ।

୨-ଆସନ୍ତା ୧୧ ତାରିଖରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ, ଉଚ୍ଚ ଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି।

୩-ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଆଜି : ହେବ ନିରାଡ଼ମ୍ବର, ଯୋଗଦେବେନି ଛାତ୍ରଛାତ୍ରୀ।

୪-ଜଗା ଦର୍ଶନ ପାଇଁ କରୋନା ରିପୋର୍ଟ ପାଇବାକୁ ଘରୋଇ ହସ୍ପିଟାଲ ଆଗରେ ଲମ୍ବା ଲାଇନ୍ । ସରକାରୀ ବ୍ୟବସ୍ଥା ନଥିବାରୁ ଲୋକେ ଅସନ୍ତୋଷ ।

୫-ତଥ୍ୟ ଦାଖଲରେ ବିଫଳ ହେଲେ ବ୍ୟକ୍ତିଗତ ଭାବେ ହାଜର ହେବେ ରାଜ୍ୟ ଗୃହ ସଚିବ,ଶିଶୁ ନିଖୋଜ ମାମଲାରେ ତଥ୍ୟ ଲୋଡ଼ିଲେ ଏନ୍‌ଏଚ୍‌ଆରସି।

୬-ଦଶମ-ଦ୍ୱାଦଶ ପାଇଁ ଜାନୁଆରୀ ୮ରୁ ଖୋଲିବ ହଷ୍ଟେଲ । ହଷ୍ଟେଲ ଖୋଲିବା ନେଇ ଜାରି ହେଲା ଗାଇଡଲାଇନ ।

୭-ମାହାଙ୍ଗା କୁଳମଣି ହତ୍ୟାକାଣ୍ଡ: କଟକ ଜିଲାର ସବୁ ଥାନା ଓ ବ୍ଲକ୍ ସମ୍ମୁଖରେ ସୋମବାର ମନ୍ତ୍ରୀଙ୍କ ପିତୁଳା ପୋଡ଼ିବ ବିଜେପି

୮-ଲାଲ ପିମ୍ପୁଡିରୁ ପ୍ରସ୍ତୁତ ହେବ କରୋନା ପ୍ରତିଷେଧକ ଔଷଧ, ୩ ମାସ ଭିତରେ ରିପୋର୍ଟ ଦେବାକୁ ଆୟୁଷ ମନ୍ତ୍ରାଳୟକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୯-ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ ପ୍ରକ୍ରିୟା । ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା ।

୧୦-ତମାଣ୍ଡୋ: ରାଜଧାନୀରୁ ଅଧକୋଟିର ବ୍ରାଉନ ସୁଗାର ଜବତ, ୨ଗିରଫ।

୧୧-ଆସନ୍ତା ୫ ତାରିଖରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା।

୧୨-କାଦମ୍ବିନୀ ପକ୍ଷରୁ ନୂଆ ବର୍ଷର ବନ୍ଧୁ ମିଳନ କାର୍ଯ୍ୟକ୍ରମ, ଭର୍ଚୁଆଲରେ ଯୋଗ ଦେଲେ ବହୁ ବିଶିଷ୍ଟ ସାହିତ୍ୟିକ।

୧୩-ଇନ୍‌ଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ବିଶ୍ବ ରେକର୍ଡ, ଫଲୋୟର୍ସ ସଂଖ୍ୟା ଟପିଲା ୨୫୦ ମିଲିୟନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here