ଖବର ସଂକ୍ଷେପ ରେ……ତାରିଖ ୦୧/୦୧/୨୧, ଶୁକ୍ରବାର(NEWS IN BULLETS)

୧-ଆଜିଠୁ ବାଇକ୍ ଆରୋହୀଙ୍କୁ ହେଲମେଟ ବାଧ୍ୟତାମୂଳକ।

୨-ଭୁବନେଶ୍ୱର: ନୂଆ ବର୍ଷରେ ବଦଳିବ ମନ୍ତ୍ରୀ ମଣ୍ଡଳ ଚେହେରା, ବାଦ୍ ପଡିପାରନ୍ତି ୪ରୁ ଅଧିକ ଚେହେରା।

୩-ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଜାରି,ଆଉ ୪ଦିନ ଜାଡ ସମ୍ଭାବନା।

୪-ଜଷ୍ଟିସ ଏସ୍.ମୂରଲୀଧରନ୍ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ।

୫-ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆ ଦାୟିତ୍ୱ, ବିଜୁ ମହିଳା ଜନତା ଦଳର ହେଲେ ସଭାପତି।

୬-ଭୁବନେଶ୍ୱର:୩୭୭ ସହକାରୀ ଶିକ୍ଷକ ହେଲେ ପ୍ରଧାନ ଶିକ୍ଷକ।ରାଜ୍ୟ ସରକାର ପ୍ରଥମ ପାଳିରେ ୨୧୭୩ ଓ ଦ୍ୱିତୀୟ ପାଳିରେ ୩୭୭ ପ୍ରଧାନ ଶିକ୍ଷକ ପଦ ପୂରଣ କରିପାରିଛନ୍ତି।

୭-OBC ଓ SEBCଙ୍କ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୮-ଜାନୁଆରୀ ୨ ତାରିଖରେ ରାଜ୍ୟରେ କରୋନା ଟିକାକରଣ ନେଇ ହେବ ଡ୍ରାଏ ରନ୍‌, ସୂଚନା ଦେଲେ ଏସସିଏସ ପ୍ରଦୀପ୍ତ ମହାପାତ୍ର।

୯-ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ନିର୍ମାଣ ହେବ ସ୍ମାରକୀ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୧୦-୨୦୨୪ରେ କଟକ ଏସସିିବି ମେଡିକାଲ କଲେଜ ଓ ହସ୍ପିଟାଲର ହେବ ନବକଳେବର,ବିଶ୍ୱସ୍ତରୀୟ ଚିକିତ୍ସା ହେବ ଉପଲବ୍ଧ।

୧୧-ଜିରୋ ସେଲିବ୍ରେସନକୁ ଚେକ୍, ୩୧ ଡିସେମ୍ବର ରାତି ୧୦ଟାରୁ ନୂଆବର୍ଷ ସକାଳ ୫ଟା ଯାଏଁ ରାଜ୍ୟବ୍ୟାପୀ ଲାଗୁହେଲା ନାଇଟ୍ କର୍ଫ୍ୟୁ।

୧୨-୨୦୨୦-୨୧ ଶିକ୍ଷାବର୍ଷରେ ସିବିଏସ୍‌ଇ ବୋର୍ଡ ପରୀକ୍ଷା ମଇ ୪ରୁ ହେବ, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।

୧୩-ଭାରତ ମହାସାଗର ଚାଇନା ମୁତୟନ କରିଛି ଡ୍ରୋନ୍।

ନୂତନ ବର୍ଷର ଶୁଭେଚ୍ଛା ଓ ଶୁଭକାମନା ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here