ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ : ଜଗତସିଂହପୁର

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲା ତୀର୍ତ୍ତୋଲ କୋର୍ଟ ରେ କାର୍ଯ୍ୟରତ ଏଏସଆଇ ରବୀନ୍ଦ୍ର ସେନାପତି ଙ୍କ ପୈତୃକ ବାସଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ରବିନ୍ଦ୍ର ସେନାପତିଙ୍କ ନାମରେ ଅଭିଯୋଗ କ୍ରମେ କଟକ ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଧେଶ କ୍ରମେ କଟକ ଭିଜିଲାନ୍ସ କେଶ 6/20ରୁଜୁ କରାଯାଇ ଆଜି ସକାଳୁ ଭିଜିଲାନ୍ସ କଟକ ଡିଭିଜନର ୪ଟି ସ୍ୱତନ୍ତ୍ର ଟିମ ଏଏସଆଇ ସେନାପତି ଙ୍କର ଏରସମା ବ୍ଲକ୍ ଗଡ଼ବିଷନପୁର ପଞ୍ଚାୟତ ସ୍ଥିତ ଆନନ୍ଦପୁର ଗ୍ରାମରେ ଥିବା ପୈତୃକ ବାସଭବନ, ଜଗତସିଂହପୁର ସଦର ସ୍ଥିତ ସିପି ମୁକୁନ୍ଦପୁର ଗ୍ରାମରେ ଥିବା ନିଜବାସଭବନ, ଭୁବନେଶ୍ୱରସ୍ଥିତ ହଂସପାଳ ଠାରେ ଭାଟିକ ଆପାର୍ଟମେଂଟ ଏବଂ ତୀର୍ତ୍ତୋଲ କୋର୍ଟ କାର୍ଯ୍ୟାଳୟ ସ୍ଥିତ କାର୍ଯ୍ୟରତ ବିଭାଗରେ ଭିଜିଲାନ୍ସ ର ଚଢ଼ାଉ ଜାରି ରହିଛି। ତେବେ କେତେ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ରବିନ୍ଦ୍ର ସେନାପତି ଠୁଳ କରିଛନ୍ତି ସେ ବାବଦରେ ସୂଚନା ମିଳିପାରିନାହିଁ। ମାତ୍ର ଚଢ଼ାଉ ଜାରି ରହିଥିବା ହେତୁ ତାଙ୍କର ଆୟ ବହିର୍ଭୁତ ସମ୍ପତ୍ତିର ଆନୁମାନିକ ମୁଲ୍ୟ ଚଢ଼ାଉ ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଭିଜିଲାନ୍ସ ଡିଏସପି।ଏହି ଚଢ଼ାଉରେ କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ରାୟଗୁରୁ ଇନ୍ସପେକ୍ଟର ଜ୍ୟୋତିଷ ଶଙ୍କର ସାହୂ,ପ୍ରସନା ସାହୂ, ଅନୁପମା ସାହୂ ପ୍ରମୂଖ ଭିଜିଲାନ୍ସ କର୍ମଚାରୀ ସାମିଲ ଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here