ବଣିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା :ଗଂଜାମ

ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଏକ ଗ୍ରାମପଞ୍ଚାୟତ ହେଲେ ମଧ୍ୟ ଏହାର ଆଖପାଖ ପ୍ରାୟ ପଚାଶ ଖଣ୍ଡ ଗାଁ ର ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ । ଗତ ଦିନମାନଙ୍କରେ କରୋନା ପ୍ରଭାବିତ ହୋଇ ବାଲିପଦର ଗ୍ରାମବାସୀ ତଥା ବ୍ୟବସାୟୀମାନେ ନାହିଁ ନ ଥିବା ଭୟ ଓ ଆଶଙ୍କାରେ ଥିବା ବେଳେ ଗଂଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଙ୍କ ଦକ୍ଷ କାର୍ଯ୍ଯାନୁଷ୍ଠାନ ଓ କୋଭିଡ ପରିଚାଳନାରେ ବାଲିପଦର ସମେତ ସମଗ୍ର ଗଂଜାମ ଜିଲ୍ଲା କରୋନା ରୋକିବାରେ ଉଦାହରଣ ହୋଇପାରିଛି । ଆଜି ଜିଲ୍ଲାପାଳଙ୍କ ବୁଗୁଡା ଗସ୍ତ ସମୟରେ ବାଲିପଦର ବଣିକ ସଂଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । କାର୍ଯ୍ୟକ୍ରମରେ ସଙ୍ଘର ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ନାରାୟଣ ସାମନ୍ତରା, ଉମାଶଙ୍କର ନାୟକ, ଜି.ମନୋଜ ପାତ୍ର ଓ ଘୁମୁସର ର ସ୍ୱର ସଭାପତି ଡଃ.ବି.ପ୍ରକାଶ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here