ଖବର ସଂକ୍ଷେପ ରେ…………..ତାରିଖ ୨୯/୧୨/୨୦,ମଙ୍ଗଳବାର

(NEWS IN BULLETS)

୧-୧୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମୋହର,୧୯୭୪ରୁ ଗଡ଼ି ଆସୁଥିବା ଅଦରକାରୀ ଅଧିନିୟମ ଉଛେଦ ହେବ।

୨-ଶାସନ ପ୍ରଣାଳୀକୁ ଆହୁରି ପାରଦର୍ଶୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଭୂୟସୀ ପ୍ରଶଂସା।

୩-ସରକାରୀ ସ୍କୁଲରେ ପଢିଲେ ଉଚ୍ଚଶିକ୍ଷା ପାଇଁ ମିଳିବ ସିଟ୍‌, ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ।

୪-ସ୍କୁଲ ପାଠ୍ୟକ୍ରମରେ ରହିବ ଓଡିଶାର ବରପୁତ୍ରମାନଙ୍କ କାର୍ଯ୍ୟଶୈଳୀ ଓ ଜୀବନୀ: କ୍ୟାବିନେଟର ନିଷ୍ପତ୍ତି।

୫-ଆଠଗଡ଼:କାକୁଡ଼ିଆ ଗାଁକୁ ୭୨ ଘଣ୍ଟା ପାଇଁ ସଟଡାଉନ୍‌: ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନର ତୁରନ୍ତ ଆକ୍ସନ।

୬-ଆକ୍ସନ୍ ମୁଡରେ ବିଏମସି: ଦୋକାନୀଙ୍କୁ ଚେତାବନୀ, ଅଳିଆ ଆବର୍ଜନା ରାସ୍ତାରେ ପକାଇଲେ ହେବ କଡା କାର୍ଯ୍ଯାନୁଷ୍ଠାନ।

୭-କନ୍ଧମାଳ : ୪ ସ୍ୱାସ୍ଥ୍ୟକେନ୍ଦ୍ର ମିଳିଲା ଆଇଏସଓ ପ୍ରମାଣପତ୍ର, ଜିଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

୮-କଟକରେ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରେସନ୍: କଟକଣା ଜାରି କଲା ସିଏମ୍‌ସି।

୯-ଆଜି ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ, ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି ଜାରି।ଆସନ୍ତା ୪ ତାରିଖରେ ଖୋଲିବ କପିଳାସ ମନ୍ଦିର।ଜାନୁଆରୀ ୩ ରୁ ତାରାତାରିଣୀ ମନ୍ଦିର ଖୋଲିବା ନିଷ୍ପତ୍ତି।

୧୦-୩୧ ଓ ୧ ତାରିଖରେ ଗୋପାଳପୁରକୁ ପର୍ଯ୍ୟଟକଙ୍କୁ ନାଁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here