ଖବର ସଂକ୍ଷେପ ରେ…………..ତାରିଖ ୨୩/୧୨/୨୦,ବୁଧବାର(NEWS IN BULLETS)

୧-ଆଜିଠୁ ଜଗା ଦର୍ଶନ, କେବଳ ସେବାୟତଙ୍କୁ ସୁଯୋଗ,୨୬ରୁ ସହରବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ।

୨-ଭୁବନେଶ୍ୱର:ଶୀତ ପାଇଁ ୧୫ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ, ଅତି ଆବଶ୍ୟକ ନଥିଲେ ରାତିରେ ଘରୁ ବାହାରନ୍ତୁ ନାହିଁ।

୩-ଫେବୃଆରୀ ସୁଦ୍ଧା କୌଣସି ବୋର୍ଡ଼ ପରୀକ୍ଷା ନାହିଁ। ଅଫଲାଇନ୍ ରେ ହେବ CBSE ପରୀକ୍ଷା। ଫେବୃଆରୀ ମାସ ପରେ ତାରିଖ ଘୋଷଣା।

୪-ପରୀ ହତ୍ୟା କାଣ୍ଡ: ହତ୍ୟା ପରେ ଶବ ସହ ଦୁଷ୍କର୍ମ। ହତ୍ୟା ପଛରେ ଅଶ୍ଳୀଳ ସିନେମା। ପ୍ରମାଣ ନଷ୍ଟ ପାଇଁ ଗୁଗୁଲରୁ ତଥ୍ୟ ଉଡାଇଛି ଅଭିଯୁକ୍ତ।

୫-ବାଣପୁର: ଦକ୍ଷିଣଶ୍ବର ମନ୍ଦିରରୁ ୨୨ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି।

୬-ଭୁବନେଶ୍ୱର: କୋଟିପତି କିରାଣୀ ଅସିତ୍ କୁମାର ନାୟକ ଭିଜିଲାନ୍ସ ଜାଲରେ। ବନାଇଛନ୍ତି ଡବଲ ଡୁପ୍ଲେକ୍ସ୍,ଫ୍ଲାଟ୍ ଓ ଭୁବନେଶ୍ୱରରେ ୪ ପ୍ଲଟ।

୭-ଏଠି କଣ ସବୁ ନକଲି ? ଘିଅ, ମସଲା ପରେ ଜଗତପୁର ଶିଳ୍ପାଞ୍ଚଳରୁ ଦାମୀ ବ୍ରାଣ୍ଡର ନକଲି ସିମେଣ୍ଟ କାରଖାନା ଠାବ।

୮-ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ୍ ପ୍ରକ୍ରିୟା ହେବ କଡାକଡି, ଚିନ୍ତାରେ LL,DL ଆବେଦନକାରୀ।

୯-୨୦୨୦ର କୋହ:ଦୋଦୁଲ୍ଯମାନ ଶିକ୍ଷା ବର୍ଷ।ପାଠଘରେ ତାଲା, ପାହାଡ ଓ ପାଣିଟାଙ୍କି ଉପରେ ହେଲା ପାଠ ପଢା।

୧୦-କନ୍ଧମାଳରେ ତୁଷାରପାତ ଜାରି : ଫୁଲବାଣୀ ୪, ଦାରିଙ୍ଗବାଡି ୫.୫ ଡିଗ୍ରୀ।

୧୧-ବାଲିଗୁଡା:ଶୀତ ଦାଉରୁ ବର୍ତ୍ତିବା ପାଇଁ ନିଆଁ ଜାଳିବା ହେଲା କାଳ, ଜୀବନ୍ତ ଜଳିଗଲେ ବୃଦ୍ଧା।

୧୨-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକାର ସାମରିକ ସମ୍ମାନ । ‘ଲେଜିଅନ୍ ଅଫ୍ ମେରିଟ୍’ ସମ୍ମାନରେ ସମ୍ମାନିତ କଲା ଆମେରିକା ।

୧୩-ସାବଧାନ୍ ଫେସବୁକ ୟୁଜର୍ସ । ଆପଣଙ୍କ ଆକାଉଣ୍ଟ ହ୍ୟାକ୍ କରି ଆପଣଙ୍କ ବନ୍ଧୁମାନଙ୍କୁ ଟଙ୍କା ମାଗୁଛନ୍ତି ହ୍ୟାକର । ରାଜଧାନୀରୁ ଆସିଲା ଠକେଇର ବଡ଼ ଅଭିଯୋଗ ।

୧୪-ଇଂଲଣ୍ଡରେ ପୁଣି କରୋନା ମାଡ଼: ଦେଶର ବିଭିନ୍ନ ସ୍ଥାନରେ ୪ର୍ଥ ପର୍ଯ୍ୟାୟ କଟକଣା ଜାରି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here