ଖବର ସଂକ୍ଷେପ ରେ…………..ତାରିଖ ୨୨/୧୨/୨୦, ମଙ୍ଗଳବାର(NEWS IN BULLETS)

୧-ଦୁର୍ନୀତି ହିଁ ବିକାଶର ବଡ଼ ଶତ୍ରୁ, ସମ୍ପତ୍ତି ତାଲିକା ଦେବେ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ। ସରକାର କର୍ମଚାରୀଠୁ ମୁଖ୍ୟ ଶାସନ ସଚିବ ସବୁ ଦେବେ ତାଲିକା।

୨-ଭୁବନେଶ୍ୱର:ଶସ୍ତା ହେଲା କରୋନା ଟେଷ୍ଟିଂ, ମାତ୍ର ଶହେ ଟଙ୍କାରେ ଘରୋଇ ଲାବରୋଟୋରୀରେ କରିପାରିବେ କରୋନା ଟେଷ୍ଟିଂ।

୩-ପରୀ ହତ୍ୟା କାଣ୍ଡ: ତିନି ଦିନିଆ ରିମାଣ୍ଡରେ ଅଭିଯୁକ୍ତ।

୪-ଭୁବନେଶ୍ୱର: ତିଆରି ହେବ ଆଉ ଦୁଇ ଫ୍ଲାଏ ଓଭର: ଢମଣା ଛକରୁ ଚନ୍ଦ୍ରଶେଖରପୁର ଥାନା ଓ କଳିଙ୍ଗ ହସପିଟାଲରୁ ରେଲ ବିହାର ପର୍ଯ୍ୟନ୍ତ।

୫-ଗୁରୁବାର ଯାଏଁ ହାଡ଼ ଭଙ୍ଗା ଶୀତ, ଫୁଲବାଣୀ ରେ ୪, ଦାରିଙ୍ଗବାଡି ରେ ୬ ଏବଂ ଝାରସୁଗୁଡାରେ ୫.୮ ଡିଗ୍ରୀ ତାପମାତ୍ରା।

୬-ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ନୋଟିସ୍ । ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ଅଭିଯୋଗରେ ଆସନ୍ତା ୨୯ରେ ହାଜର ପାଇଁ ଦେଲେ ନିର୍ଦେଶ ।

୭-ବିଜେଡି ଦଳର ବରିଷ୍ଠ ଲୋକ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ଦଳ ପକ୍ଷରୁ ସହାୟତା ପାଇଁ କର୍ପସ ଫଣ୍ଡ ଗଠନ ହେବ।

୮-କନ୍ଧମାଳ:କରୋନାରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧା ଗାୟତ୍ରୀଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ଏକମାତ୍ର ଝିଅକୁ ପଢାଇବେ କିଟ୍ ରେ।

୯-ନୁଆ ଦିଲ୍ଲୀ: ପୁଣି ଘାରିଲା କରୋନା ଭୟ, ବ୍ରିଟେନକୁ ବିମାନ ‌ବାତିଲ।

୧୦-୨୭ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ସବୁ ସୀମାରେ ଜଗିବସିଛନ୍ତି ପ୍ରଦର୍ଶନକାରୀ । ଦିନକୁ ଉପବାସରେ ରହୁଛନ୍ତି ୧୧ଜଣ ଚାଷୀ ନେତା ।

୧୧-ଗ୍ରାହକଙ୍କ ପାଇଁ ଖୋଲିବ ବାର, ବିୟର ପାର୍ଲର ଓ ତାଡ଼ି ଦୋକାନ, ଗୋଟିଏ ଟେବୁଲ୍‌ରେ ବସିବେ ଦୁଇ ଜଣ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here