ଖବର ସଂକ୍ଷେପ ରେ … ତାରିଖ ୧୪/୧୨/୨୦, ସୋମବାର(NEWS IN BULLETS)

୧-ନୂଆ ଦିଲ୍ଲୀ: ଆଜି କୃଷକଙ୍କ ୯ ଘଣ୍ଟିଆ ଅନଶନ, ଦେଶର ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ।

୨-ଆଜି ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ,ଆସିପାରେ ଲିଙ୍ଗରାଜଙ୍କର ମନ୍ଦିର ଆଇନ।

୩-ଜାନୁଆରୀରୁ ଦେଶରେ ଆରମ୍ଭ ହୋଇପାରେ ଟିକାକରଣ, ୧୦ ମାସ ଭିତରେ ସମସ୍ତଙ୍କୁ ଦିଆଯିବ ଟିକା- ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓଙ୍କ ବଡ ବୟାନ।

୪-ବରଗଡ: ଏବର୍ଷ ଶୁଭିବନି କଂସ ମହାରାଜଙ୍କ ହସ ଆଉ ଡାଇଲଗ୍‌, ବନ୍ଦ ହେଲା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା।

୫-ଛତିଶଗଡ଼ରରୁ ହାଇଦ୍ରାବାଦ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଗୁରୁତର ଉଦ୍ଧାର କାର୍ଯ୍ୟ ଜାରି।

୬-ଅନୁଭବ ପ୍ରସଙ୍ଗ: ନିରବତା ଭାଙ୍ଗିଲେ ସାମ୍ବାଦିକା ଜାଗୃତି; ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲେ।

୭-ସମ୍ବଲପୁର ରାସ୍ତାରେ ପୁଣି ରକ୍ତଛିଟା: ଗୋଡ଼େଇ ଗୋଡ଼େଇ ଭୀମସେନ ଗୁରୁଙ୍କୁ ହତ୍ୟା, ସପ୍ତାହକ ମଧ୍ୟରେ ଦ୍ବିତୀୟ ହତ୍ୟାଘଟଣା।

୮-ନୟାଗଡର ପରୀ ପରେ ଏବେ ଯାଜପୁରର ପିହୁକୁ ନେଇ ତେଜୁଛି ରାଜନୀତି, ଆରୋପ ପ୍ରତ୍ୟାରୋପ ଭିତରେ ଗଡିଚାଲିଛି ଦିନ।

୯-ନବରଙ୍ଗପୁର:ଧାନଗଦାରେ ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଫସଲ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ।

୧୦-BJP ଜାତୀୟ ସଭାପତି ଜେ.ପି.ନଡ୍ଡା କୋଭିଡ ପଜିଟିଭ, ସମ୍ପର୍କରେ ଆସିଥିବା ଲୋକଙ୍କୁ କଲେ ସତର୍କ।

୧୧-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ବାସଭବନ ଆଗରେ ଭଙ୍ଗାରୁଜା, ଆପ୍ କହିଲା-ଏସବୁ ବିଜେପିର କାରନାମା, ସଫେଇ ଦେଲା ବିଜେପି।

୧୨-ସୀମା ବିବାଦ:୧୫ ଦିନିଆ ଘମାଘୋଟ ଯୁଦ୍ଧ ପାଇଁ ଯଥେଷ୍ଟ ଗୋଳାବାରୁଦ ମହଯୁଦ ରଖିବାକୁ ନିର୍ଦ୍ଦେଶ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here