କେନ୍ଦ୍ର ସରକାରଙ୍କ ବିରୋଧରେ ଡାକ୍ତର ମାନଙ୍କର ତେଜିଲା ଆନ୍ଦୋଳନ :

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ନୂତନ ବିଜ୍ଞପ୍ତି ବିରୋଧ ରେ କେନ୍ଦ୍ରୀୟ ମେଡିକାଲ ପରିଷଦ ର ଡାକ୍ତର ମାନେ ରାଜଗାଙ୍ଗପୁର ସହରର ସୁବାଷ ଛକ ଠାରେ ସରକାରୀ ଓ ବେସରକାରୀ ଡାକ୍ତର ଆନ୍ଦୋଳନକୁ ଓଲ୍ଲାଇଥିଲେ !କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୁର୍ବେଦ ଶିକ୍ଷା ନିୟମରେ ସଂଶୋଧନ କରାଯାଇ ଥିବା ବେଳେ ସ୍ମାତକତ୍ତୋର ଆୟୁର୍ବେଦ ଛାତ୍ରଙ୍କୁ ଏଲୋପାଥିକ ସରର୍ଜିକାଲ ପଦ୍ଧତି ଅଧୟନ ଓ କିଛି ମାସ ଅଭ୍ୟାସ ପରେ ସର୍ଜରୀ କରିବାକୁ ଅନୁମତି ପ୍ରଦାନ କରାଯାଇ ଥିବା ବେଳେ ଏମ ବି ବି ଏସ ଡାକ୍ତର ଙ୍କୁ ଅନୁମତି ଦିଆଯାଇ ନାହିଁ !ଏହାକୁ ବିରୋଧ କରି ସହର ସରକାରୀ ଓ ବେସରକାରୀ ଡାକ୍ତର ମାନେ ଆନ୍ଦୋଳନକୁ ଓଲ୍ଲାଇଥିଲେ !ଏହି ଆନ୍ଦୋଳନ ଧୀରେ ଧୀରେ ତେଜିବାକୁ ଲାଗିଛି !ଆଜି ସହର ସରକାରୀ ଓ ବେସରକାରୀ ଡାକ୍ତର ମାନେ ରାଜଗାଙ୍ଗପୁର ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାରଣାରେ ବସିବା ସହ ଆଜି ସକାଳ ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଡାକ୍ତର ଖାନାରେ ଓ ପି ଡି କୁ ବନ୍ଦ କରିଥିଲେ !ଯଦି କେନ୍ଦ୍ରର ଏପରି ଏକ ତରଫା ନୀତିକୁ ଡାକ୍ତର ମାନେ ବିରୋଧ କରି ଥିଲେ !ସେମାନେ ଏହାର ଉଚିତ ସମାଧାନ ନକଲେ ଏହି ଆନ୍ଦୋଳନ ଏପରି ଚାଲୁ ରହିବ ବୋଲି କହିଛନ୍ତି । ଯଦି ଏପରି ହୁଏ ତେବେ ରୋଗୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ! ଏଣୁ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here