4ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ,2ଜଣ ଗିରଫ। ଜଗତସିଂହପୁର

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ପୁଣି ଧଳା ଜହର।ଜିଲାରେ ଧଳା ଜାହାରକୁ ମୂଳଉତ୍ପାଟନ କରିବା ପାଈଁ ଅବକାରୀ ବିଭାଗର ଘନ ଘନ ଚଢ଼ାଉ।ଅବକାରୀ କମିଶନର ଅଞ୍ଜନକୁମାର ମଣିଙ୍କ ଆଦେଶ କ୍ରମେ ଓ ଜଗତସିଂହପୁର ଜିଲ୍ଲା ଅବକାରୀ ସୁପରିଟେଣ୍ଡ ଅଶୋକ କୁମାର ଶତପଥି ଙ୍କ ନିର୍ଦେଶ କ୍ରମେ ଅବକାରୀ ଜିଲ୍ଲା ଇନ୍ସପେକ୍ଟର ପ୍ରତାପ କୁମାର ଦାସ ଓ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଇନ୍ସପେକ୍ଟର ସୁଶାନ୍ତ କୁମାର ପାଢୀ ଏବଂ ସଦର ଅବକାରୀ ସବଇନ୍ସପେକ୍ଟର ସସ୍ମିତା ହୋତାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ 4ଲକ୍ଷ 70ହଜାରଟଙ୍କା ର 47ଗ୍ରାମ ବ୍ରାଉନସୁଗାର ସହ ଦୁଇଜଣକୁ ଗିରଫ କରିଛନ୍ତି । ଚୋର ବ୍ରାଉନସୁଗର ବେପାରୀଙ୍କ ମଧ୍ୟରେ ଜଗତସିଂହପୁର ଥାନା ଅନ୍ତର୍ଗତ କୋଶିଦାଗ୍ରାମର ଦୀପକ କୁମାର ରାଉତ ଓ ଆଳିପିଙ୍ଗଳ ଜେଲ ଛକ ର ଦିବ୍ୟରଞ୍ଜନ ସେଠି ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ମୋଟ 47 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ।ବ୍ରାଉନସୁଗାର ମୁଲ୍ୟ ଆନୁମାନିକ 4ଲକ୍ଷ 70ହଜାର ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଜିଲ୍ଲା ଇନ୍ସପେକ୍ଟର ଶ୍ରୀଦାସ ସୂଚନାଦେଇଛନ୍ତି। ଏହି ଚଢ଼ାଉ ରେ ଏସଆଇ ସଚିନ ବେହେରା,ମନୀଷା ଭୋଳ, ପ୍ରଦୀପ ବେହେରା,ନଟବର ମଲ୍ଲିକ ,ରାଜକିଶୋର ନାୟକ,ବ୍ରଜ ବିନ୍ଧାଣି,ଏ.ଏସ.ଆଇ କଳ୍ପନା ଜେନା,କନେଷ୍ଟବଳ ପ୍ରକାଶ ରାଉତ,ଵିଷ୍ଣୁ ନାୟକ,ବିଶ୍ୱନାଥ ମୁଣ୍ଡା,ସରୋଜ ସାହୁ,ସବିତା ନାୟକ,ବର୍ଷା ରାଣୀ ଖୁଣ୍ଟିଆ, ଦୀନବନ୍ଧୁ ସେଠି,ସବିତା ମଲ୍ଲିକ,ଦିଲ୍ଲୀପ ନନ୍ଦ,ଅନ୍ତର୍ଯ୍ୟାମୀ ମଲ୍ଲିକ,ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ। ଜଗତସିଂହପୁର ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here