ପ୍ରାଥମିକ ବୃତ୍ତି ପରୀକ୍ଷା : ନବରଙ୍ଗପୁର

ଡାବୁଗାଁ, ୧୧/୧୨ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ପ୍ରାଥମିକ (ତୃତୀୟ ଶ୍ରେଣୀ) ବୃତ୍ତି ପରୀକ୍ଷା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ବିବିନ୍ନ ପ୍ରାଥମିକ ବିଦ୍ୟାଳୟର ମୋଟ ୮୩ ଜଣ ଛାତ୍ରୀ ଛାତ୍ର ନାମ ପଞ୍ଜୀକରଣ କରିଥିବା ବେଳେ ୭୦ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ | ୧୩ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିଲେ | ସକାଳ ୧୦ ଘ॰ ରେ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାନ୍ନ ୧୨ ଘ॰ ରେ ଶେଷ ହୋଇଥିଲା | ଏଥିରେ ସୁପରିଟେଣ୍ଡେଣ୍ଟ ଭାବେ ବିଦ୍ୟାଳୟ ଅଧ୍ୟକ୍ଷ ରୋହିତ ନାଗ ଙ୍କ ସମେତ ୯ ଜଣ ଇନିଭିଜିଲେଟର ପରୀକ୍ଷା ପରିଚାଳନା କରିଥିଲେ | ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମହେଶ ଚନ୍ଦ୍ର ଶାହା ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ | ବ୍ଲକ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ହୋତା ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here