ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପାର୍ଥିବ ପଟେଲ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ । ୧୮ ବର୍ଷର ଇଣ୍ଟରନ୍ୟାସନାଲ୍ କ୍ରିକେଟ କ୍ୟାରିୟର ମଧ୍ୟରେ ପାର୍ଥିବ ପଟେଲ ଭାରତ ପାଇଁ ତିନିଟି ଫର୍ମାଟରେ ଖେଳିଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ସମସ୍ତ ଫର୍ମାଟରୁ ପାର୍ଥିବ ଅବସର ଘୋଷଣା କରିଛନ୍ତି । ତେବେ ଆଗକୁ ଆଇପିଏଲ ଖେଳିବା ଜାରି ରଖିବେ ବୋଲି ପାର୍ଥିବ ପଟେଲ ସୂଚନା ଦେଇଛନ୍ତି  ।

୩୫ବର୍ଷୀୟ ପାର୍ଥିବ ଭାରତ ପାଇଁ ୨୫ଟି ଟେଷ୍ଟ, ୩୮ଟି ଦିନିକିଆ ଏବଂ ଦୁଇଟି ଣ୍ଟେଣ୍ଟି-୨୦ ମ୍ୟାଚ ଖେଳିଛନ୍ତି। ଘରୋଇ କ୍ରିକେଟ୍ ରେ ସେ ଗୁଜରାଟ ପକ୍ଷରୁ ୧୯୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ସେ ୨୦୦୨ମସିହାରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଟିମ୍ ଇଣ୍ଡିଆରେ ସାମିଲ ହୋଇଥିଲେ। 

ଏହାପରେ ଟିମ୍ ଇଣ୍ଡିଆରେ ୨୦୦୪ରେ ଦୀନେଶ କାର୍ତ୍ତିକ ଏବଂ ମହେନ୍ଦ୍ର ସିଂହ ଧୋନି ସାମିଲ ହେବା ପରେ ପାର୍ଥିବ ଆଉ ଖେଳିବାର ସୁଯୋଗ ପାଇନଥିଲେ। ଶେଷ ଥର ପାଇଁ ୨୦୧୬ ମସିହାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଧୋନିଙ୍କ ଆହତ ଯୋଗୁ ତାଙ୍କୁ ଟିମରେ ଷ୍ଟାଣ୍ଡ ବାଏ ଖେଳାଳି ଭାବରେ ସୁଯୋଗ ମିଳିଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here